Daily Archives

October 18, 2020

ଅଜଣା ରୋଗରେ ଉଜୁଡ଼ିଯାଉଛି ପନିପରିବା ଚାଷ, ଋଣ ପରିଶୋଧ କରିବା ନେଇ ଚିନ୍ତାରେ ଚାଷୀ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଧାନ ଚାଷ ସହ ପନିପରିବା ଚାଷକୁ ମଧ୍ୟ ରୋଗପୋକ ବ୍ୟାପିବାରେ ଲାଗିଛି। ଅଜଣା ରୋଗପୋକ ପନିପରିବା ଚାଷକୁ ନଷ୍ଟ କରିସାରିଲେଣି ବୋଲି ଚାଷୀ ଅଭିଯୋଗ କରୁଥିଲା ବେଳେ କୃଷି ବିଭାଗ ବେଫିକର ଥିବା ଜଣାପଡ଼ିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଚାଷ…
ଅଧିକ ଖବର ଦେଖନ୍ତୁ...

କ୍ଷତିରେ ଚାଳିଛି ରାଜ୍ୟ କାଜୁ ଉନ୍ନୟନ ନିଗମ ଜୟପୁର ଡିଭିଜନ, ନର୍ସରୀ ବଂଚାଇ ରଖିଛି ଡିଭିଜନ

ଜୟପୁର (ସୁରେଶ କୁମାର ନାଇଡୁ): ରାଜ୍ୟ ସରକାରଙ୍କ ଲାଭକାରୀ ନିଗମ ମଧ୍ୟ‌ରୁ ରାଜ୍ୟ କାଜୁ ଉନ୍ନୟନ ନିଗମ ଅନ୍ୟତମ।  ତେବେ  ଜୟପୁର ଡିଭିଜନ୍ ଏବେ କ୍ଷତିରେ ଚାଳୁଛି।  ୨୦୦୭ ମସିହା ପର୍ଯ୍ୟନ୍ତ ନିଗମ କାଜୁବାଡ ଗୁଡିକୁ ନିଲାମ କରି ୭୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜସ୍ବ ପାଉଥିଲା। ତେବେ…
ଅଧିକ ଖବର ଦେଖନ୍ତୁ...

ମାଛ ଚାଷକରି ଆତ୍ମନିର୍ଭରଶୀଳ ହୋଇଥିବା କାଞ୍ଚନ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ

ଭଦ୍ରକ: ମହିଳାମାନେ ଅବଳା କି ଦୁର୍ବଳା ନୁହନ୍ତି। ମହିଳା ବି ପୁରୁଷ ପରି ନିଜ ଉଦ୍ୟମରେ ଓ ନିଜ ପରିଶ୍ରମରେ ରୋଜଗାରକ୍ଷମ ହୋଇ ନିଜେ ଆତ୍ମନିର୍ଭରଶୀଳ ହୋଇପାରିବେ। ନିଜ ରୋଜଗାରରେ ପରିବାର ପ୍ରତିପୋଷଣ କରିପାରିବେ। ଏଭଳି ଆତ୍ମବିଶ୍ବାସ ରଖି ଯେଉଁ ମହିଳା ଆଗକୁ ଯାଇଛନ୍ତି, ସେମାନେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ପ୍ରଥମ: ଜୟପୁର ଉପଖଣ୍ଡ କାରାଗାରରେ ଅନ୍ତେବାସୀଙ୍କ ମନୋରଞ୍ଜନ ପାଇଁ ଦିଆଗଲା ଏଫଏମ୍ ରେଡିଓ

ଜୟପୁର: ଜୟପୁର ଉପଖଣ୍ଡ କାରାଗାରରେ ଅନ୍ତେବାସୀଙ୍କ ମନୋରଞ୍ଜନ ପାଇଁ ଏଫଏମ୍ ରେଡିଓର ବ୍ୟବସ୍ଥା ସହ ହ୍ଵାଟ୍ସଆପ ଭିଡିଓ କଲରେ ପରିବାରବର୍ଗଙ୍କ ସହ ସାକ୍ଷାତ କରିବାର ବ୍ୟବସ୍ଥା କରାଯାଇଛି। ଜେଲ ଡିଜି ସନ୍ତୋଷ କୁମାର ଉପାଧ୍ୟୟଙ୍କ ନିର୍ଦେଶରେ ଏହି ଦୁଇ ବ୍ୟବସ୍ଥା ଆରମ୍ଭ କରାଯାଇଛି ବୋଲି…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ମୁକାବିଲା: ଗଞ୍ଜାମରେ କୋଭିଡ଼୍ ପରୀକ୍ଷା ୫ଲକ୍ଷ ପାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତିରେ ସୁଧାର ଆସିବା ସାଙ୍ଗକୁ ଦୈନନ୍ଦିନ ସ˚କ୍ରମଣ ହ୍ରାସ ପାଇବାରେ ଲାଗିଛି। ଏଥିସହ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗି ଜିଲ୍ଲାର ସୁସ୍ଥ ହାର ୯୮ ପ୍ରତିଶତରେ ପହଞ୍ଚିଛି। ଜିଲ୍ଳାରେ ଗତକାଲି ୩୪୨୦ଜଣଙ୍କ କୋଭିଡ଼୍ ପରୀକ୍ଷା ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ଆଶଙ୍କା: ୨୩ ଯାଏ ୟେଲୋ ଓ୍ଵାର୍ଣ୍ଣିଂ, ୨୨ତାରିଖ ଯାଏ ମତ୍ସଜୀବୀଙ୍କୁ ସମୁଦ୍ର ମନା

ବ୍ରହ୍ମପୁର:  ଆସନ୍ତାକାଲି ଠାରୁ ପୁଣି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ନଦୀ, ନାଳ, ଡ୍ୟାମ୍‌ ସବୁ ଜଳ ଭର୍ତ୍ତି ହୋଇଥିବାରୁ ଅଧିକ ବର୍ଷା ହେଲେ ତିତିଲି ଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଗଲାଣି। ତିତିଲିରେ ଗଞ୍ଜାମ ଓ ଗଜପତି…
ଅଧିକ ଖବର ଦେଖନ୍ତୁ...

ସୌନ୍ଦର୍ଯ୍ୟ ଚମକାଇବ ଡାଳିମ୍ବରୁ ତିଆରି ଫେସ୍‌ମାସ୍କ

ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଅଂଶ ହେଲା ମୁହଁ । ସମସ୍ତେ ସବୁବେଳେ ନିଜ ମୁହଁରେ ଚମକ ଆଣିବା ପାଇଁ ବିଭିନ୍ନ ପ୍ରୟାସ କରିଥାନ୍ତି । ଆଜିକାଲି ଏଥିପାଇଁ ବିଭିନ୍ନ ପ୍ରସାଧାନ ସାମଗ୍ରୀ ମଧ୍ୟ ବାହାରିଲାଣି । କିନ୍ତୁ ସେଥିରେ ବ୍ୟବହାର କରାଯାଉଥିବା ରସାୟନିକ ଦ୍ରବ୍ୟ ତ୍ୱଚା ଉପରେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ: ଗର୍ଭବତୀ ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଅ

ଶେରଗଡ଼: ଆସନ୍ତାକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ଆଶଙ୍କା ଥିବା ବେଳେ ଏହାର ସଫଳ ମୁକାବିଲା ନିମନ୍ତେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶେରଗଡ଼ ବ୍ଲକକୁ ଆସି ବର୍ତ୍ତମାନ ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ ଶିକ୍ଷକ

ମେଦିନିନଗର: ଝାଡଖଣ୍ଡର ପାଲାମୁ ଜିଲ୍ଲାର ରାଜହାରା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍କୁଲ ଶିକ୍ଷକ ନିଜର ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଏକ କୂଅରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାଘଟଣାକୁ ନେଇ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଅସଜଡ଼ା ଶାନ୍ତିସ୍ତୂପ: ୩ ଦିନରେ ବୁଲିଲେ ୧୫ ଶହ ପର୍ଯ୍ୟଟକ

ଧଉଳି: ମହାମାରୀ କରୋନା କଟକଣା ନେଇ ୬ ମାସ ଧରି ବନ୍ଦ ପଡ଼ିଥିବା ଶାନ୍ତିସ୍ତୂପ ଗତ ତିନିଦିନ ହେଲା ଖୋଲିଛି । ୧୬ ତାରିଖରୁ ଶାନ୍ତିସ୍ତୁପ ବିଧିବଦ୍ଧ ଭାବେ ଖୋଲାଯିବା ନେଇ ନିର୍ଦ୍ଦେଶ ହୋଇଥିଲା । ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ଶାନ୍ତିସ୍ତୁପ…
ଅଧିକ ଖବର ଦେଖନ୍ତୁ...