Daily Archives

December 6, 2020

ବିଜେପିକୁ ଫେରିବେ ଲୋକପ୍ରିୟ ତେଲୁଗୁ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ବିଜୟାଶାନ୍ତି

ନୂଆଦିଲ୍ଲୀ: ଲୋକପ୍ରିୟ ତେଲୁଗୁ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ବିଜୟାଶାନ୍ତି ସୋମବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ ବୋଲି ଦଳର ନେତା ଜି ବିବେକ ଭେଙ୍କଟସ୍ୱାମୀ ସୂଚନା ଦେଇଛନ୍ତି। ଗତ କିଛି ମାସ ଧରି ରାଜ୍ୟରେ କଂଗ୍ରେସ ଦଳର କାର୍ଯ୍ୟକ୍ରମରେ ପ୍ରାୟତଃ ନିଷ୍କ୍ରିୟ ରହିଥିବା…
ଅଧିକ ଖବର ଦେଖନ୍ତୁ...

ରୋଗୀ ସେବା ଛାଡ଼ି ଖେଳୁଛନ୍ତି କ୍ରିକେଟ୍! ମେଡ଼ିକାଲ୍ ଅଫିସର୍-ଆସିଷ୍ଟାଣ୍ଟ୍ ସର୍ଜନକୁ ତାଗିଦ୍ କଲେ ସିଡିଏମ୍ଓ

ରାୟଗଡ଼ା: ରୋଗୀ ସେବା ନୁହଁ, କ୍ରିକେଟ୍ ଖେଳକୁ ପ୍ରାଥମିକତା। ଖେଳ ନିଶା ଏମିତି ଯେ ୫ କି ୧୦ କିମି ନୁହଁ କାଶୀପୁରରୁ ୭୦ କିମି ଦୂର ଜିଲ୍ଲା ସଦର ମହକୁମା ରାୟଗଡ଼ାକୁ ଖେଳିବାକୁ ଆସିଛନ୍ତି ଦୁଇ ଡାକ୍ତର। ଅନ୍ୟ ସହଯୋଗୀ ଡାକ୍ତରଙ୍କ ହାତରେ ରୋଗୀସେବାର ଭାର ହସ୍ତାନ୍ତର କରି ଶନିବାର ଓ ରବିବାର…
ଅଧିକ ଖବର ଦେଖନ୍ତୁ...

୩ ହଜାର ପାଇଁ ଆର୍‌ଏସ୍‌ପି କର୍ମଚାରୀଙ୍କୁ ପିଟି ପିଟି ମାରିଦେଲେ, ଅଭଯୁକ୍ତ ମାଂସ ବ୍ୟବସାୟୀ ଫେରାର

ରାଉରକେଲା: ତିନି ହଜାର ଟଙ୍କା ପାଇଁ ଯାଇଛି ଆର୍‌ଏସ୍‌ପି କର୍ମଚାରୀଙ୍କ ଜୀବନ। ଉଧାରି ଟଙ୍କା ନ ଦେବାରୁ ଜଣେ ମାଂସ ବ୍ୟବସାୟୀ ତାଙ୍କୁ ପିଟି ପିଟି ହତ୍ୟା କରିଛି। ଏମିତି ଅମାନବୀୟ ଘଟଣା ଘଟିଛି ବନ୍ଧମୁଣ୍ଡା ତିଲିକାନଗର ସି ବ୍ଲକରେ। ମୃତ ଆର୍‌ଏସ୍‌ପି କର୍ମଚାରୀର ନାମ ତିଲକାନଗର ସି ବ୍ଲକର…
ଅଧିକ ଖବର ଦେଖନ୍ତୁ...

ଲୁପ୍ତ ହେବା ଅପେକ୍ଷାରେ ଗ୍ରାମୀଣ କୌଳିକ ବୃତ୍ତି: ୧୫ ବର୍ଷ ହେଲା ନିର୍ମାଣ ହୋଇପାରିନି କୁମ୍ଭାରଶାଳ

ମାଲକାନଗିରି:  ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୨୨ କିମି ଦୁରରେ କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଟ୍ରେଲ୍ ପଞ୍ଚାୟତର ମାଝିଗୁଡା ଗ୍ରାମରେ ରହନ୍ତି ୫୫ କୁମ୍ଭାର ପରିବାର। ମାଟି ଓ ପରିବାର ହିଁ ସେମାନଙ୍କ ଜୀବନ ଜୀବିକା।ଗତ ୩ ପିଢିଧରି ବାଲିମେଳା, କୁଡୁମୁଲୁଗୁମା, ଚିତ୍ରକୋଣ୍ଡା ଓ କୋରକୁଣ୍ଡା…
ଅଧିକ ଖବର ଦେଖନ୍ତୁ...

କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ଟିମ ପକ୍ଷରୁ ଗୁଣପୁରରେ ଚଢ଼ାଉ, ୩୦୨ କେଜି ଗଞ୍ଜେଇ ଜବତ

ଗୁଣପୁର: ରାୟଗଡା ଜିଲା ଗୁଣପୁର ବଂଶଧାରା ନଦୀ ପୋଲ ନିକଟରେ ଏସଟିଏଫ ଭୁବନେଶ୍ୱର ପକ୍ଷରୁ ଚଢ଼ାଉ କରାଯାଇ ୩୦୨କେଜି ଗଞ୍ଜେଇ ଜବତ କରାଯାଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଖବର ନେବାରୁ ଜଣାପଡିଛି ଯେ ପୁଟାସିଂ ଥାନା ଅଧିନସ୍ଥ ସାମ୍ପିନି ଗ୍ରାମର ଆୟୁବ ଶବର(୩୦) ନାମକ ବ୍ୟକ୍ତି ପଦ୍ମପୁର…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଗୁରୁତର ରାଜମିସ୍ତ୍ରୀଙ୍କ ମୃତ୍ୟୁ

ବାଲିଅନ୍ତା: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସ୍ଥାନୀୟ ରଣପୁର ଗ୍ରାମର ସୁଶାନ୍ତ ରାଉତଙ୍କର ଆଜି ସଂଧ୍ୟା ୭ଟା ସମୟରେ ମୃତ୍ୟୁ ହୋଇଯାଇଛି । ଗତ ୨ ତାରିଖ ସଂଧ୍ୟା ୫ଟା ସମୟରେ ସୁଶାନ୍ତ ଭୁବନେଶ୍ବର–ବାଲିପାଟଣା ମୁଖ୍ୟ ରାସ୍ତାରେ ବାଇକ ନେଇ ଘରକୁ…
ଅଧିକ ଖବର ଦେଖନ୍ତୁ...

‘ଲଭ୍ ଜିହାଦ୍’ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ଚିନ୍ତା କରାଯାଉଛି:…

ଭୋପାଳ: ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା 'ଲଭ୍ ଜିହାଦ୍' ବିରୋଧରେ ପ୍ରସ୍ତୁତ ଆଇନ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି କରିବା ପାଇଁ ସରକାର ଏକ ବ୍ୟବସ୍ଥା ଯୋଡିବାକୁ ବିଚାର କରୁଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ଥାଇ ବି ନିଜ ସମ୍ପର୍କୀୟଙ୍କୁ ଦେଇପାରିନଥିଲେ ଖଣ୍ଡେ ଚାକିରି, ଚିଠି ଲେଖି ଜଣାଇଥିଲେ ଅସମର୍ଥତା

ନୂଆଦିଲ୍ଲୀ: ନେତାଟିଏ ହୋଇଗଲେ ନିଜ ସମ୍ପର୍କୀୟଙ୍କୁ ଥଇଥାନ କରିବାର କାରନାମା ଆଜିକାଲି ରାଜନୀତିରେ ମୁଖ୍ୟତଃ ଦେଖାଦେଉଛି | ସରକାରୀ ଚାକିରି ହେଉ କିମ୍ବା କୌଣସି ବଡ ପ୍ରକଳ୍ପ ସମ୍ପର୍କୀୟଙ୍କୁ ଦେବାକୁ କୁଣ୍ଠାବୋଧ କରୁନାହାନ୍ତି ଆଜିକାର ନେତା | କିନ୍ତୁ ଆଜି ଆମେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ…
ଅଧିକ ଖବର ଦେଖନ୍ତୁ...

ଥାନା ବାବୁଙ୍କ ସହ ଲିଭ-ଇନରେ ରହୁଥିଲେ,ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ମୃତଦେହ

ଲକ୍ଷ୍ନୌ: ଥାନା ବାବୁଙ୍କ ସହ ଆପାର୍ଟମେଣ୍ଟରେ ରହୁଥିବା ଜଣେ ମହିଳାଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଛି | ମୃତଦେହ ପାଖରୁ ଏକ ବେଆଇନ ବନ୍ଧୁକ ମଧ୍ୟ ଜବତ ହୋଇଛି | ଉତ୍ତରପ୍ରଦେଶର ଲକ୍ଷ୍ନୌର ଲଳିତପୁରର ଥାନା ଅଧିକାରୀଙ୍କ ବାସଭବନରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳସୂତ୍ର-ସିନ୍ଦୂର ନେଇ ଆସିଲେ, ଶ୍ରେଣୀ ଗୃହରେ ବିବାହ କଲେ

ନୂଆଦିଲ୍ଲୀ: ମଙ୍ଗଳସୂତ୍ର ଓ ସିନ୍ଦୁର ନେଇ ଛାତ୍ର ଆସିଲେ, ଆଉ ଶ୍ରେଣୀ ଗୃହରେ ଛାତ୍ରୀ ତଥା ନିଜ ପ୍ରେମିକାଙ୍କୁ ବିବାହ କଲେ | ଶ୍ରେଣୀ ଗୃହରେ ନାବାଳକ-ନାବାଳିକା ବିବାହ କରିବାର ଘଟଣା ସାମ୍ନାକୁ ଆସିଛି। ଶ୍ରେଣୀଗୃହରେ ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରିପୋର୍ଟ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...