Daily Archives

March 2, 2021

ଉନ୍ନତ ବଳଦଟଣା କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକ ମେଳା

ବାରିପଦା: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ମୟୁରଭଞ୍ଜ-୧ ର ମିଳିତ ଉଦ୍ୟମରେ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଜୁଆଲିରାମ ଗ୍ରାମଠାରେ ବଳଦଟଣା ଉନ୍ନତ କୃଷି…
ଅଧିକ ଖବର ଦେଖନ୍ତୁ...

ସାଇବର ଠକେଇର ଶିକାର ହେଲେ ଯୁବତୀ, ୫ ଥରରେ ୧ ଲକ୍ଷ  ୬୯ ହଜାର  ଟଙ୍କା ଚଳୁ 

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଗାନ୍ଧୀନଗରରେ ରହୁଥିବା ଜଣେ ଯୁବତୀ ସାଇବର ଠକେଇର ଶିକାର ହୋଇଛନ୍ତି। ଯୁବତୀ ଜଣକ ହେଲେ ନିତା ଛତର। ତାଙ୍କଠାରୁ ଠକମାନେ ଲକ୍ଷେ ୬୯ ହଜାର ଟଙ୍କା ଲୁଟି ନେଇଛନ୍ତି। ୩୫ ଲକ୍ଷ ଟଙ୍କା ପାଇବା ଆଶାରେ ସେ ଏପରି ଠକେଇର ଶିକାର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ପଞ୍ଝାରେ କୋଟିପତି କନିଷ୍ଠ ଯନ୍ତ୍ରୀ, ୨ କୋଟିର ସମ୍ପତ୍ତି ତାଲିକା, ନଗଦ ୬୦ଲକ୍ଷ ୯୦ହଜାର ଜବତ

ବ୍ରହ୍ମପୁର/ପାରଳାଖେମୁଣ୍ତି : ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋଟିପତି କନିଷ୍ଠ ଯନ୍ତ୍ରୀ କେ. ନାଗେଶ୍ବର ସେନାପତି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀ ନାଗେଶ୍ବର ସେନାପତିଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଡିଏମଏଫ ବୋର୍ଡ ଓ ଟ୍ରଷ୍ଟିର ବୈଠକ: କୋଟିଆରେ ହେବ ବହୁମୁଖୀ ଗୋଦାମଗୃହ

କୋରାପୁଟ: ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ପାଇଁ ପ୍ରଶାସନ ଜିଲ୍ଲା ଖଣିଜ ପାଣ୍ଠିର (ଡିଏମଏଫ)ରେ ଏକାଧିକ ଯୋଜନା କରିଛି କୋରାପୁଟ ଜିଲ୍ଲା ପ୍ରଶାସନ। ସେଠାରୁ ଉତ୍ପାଦିତ ହେଉଥିବା ଝାଡୁ ଓ ତେନ୍ତୁଳିକୁ ସଂଗ୍ରକ୍ଷିତ କରି ରଖିବା ପାଇଁ ଏକ ବହୁମୁଖୀ ଗୋଦାମଗୃହ ନିର୍ମାଣ ହେବ। ଖୁବଶୀଘ୍ର ଏହାର…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୋଗ ଆସିବା ପରେ ରାତାରାତି ଫେରାର ହେଲେ ଗୁମ୍ଫାରେ ରହୁଥିବା ବାବା

ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ସରଗୁଲସ୍ଥିତ ଐତିହାସିକ ଗୁମ୍ଫା ଶିମୁଳିଖୋଲରେ ଧ୍ୟାନ କରୁଥିବା ବୌଦ୍ଧ ଭିକ୍ଷୁ ହିମାଦ୍ରି ବରୱା ରାତାରାତି ପଳାଇଛନ୍ତି। ସୂଚନା ଅନୁସାରେ, ବାବା ରାୟପୁରର ଲଡ୍ ବୁଦ୍ଧ ଫାଉଣ୍ଡେସନର ଅଧ୍ୟକ୍ଷ ଥିଲେ। ସେହି ସମୟରେ ସେହି ସଂସ୍ଥାରେ କାମ କରୁଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଚାଳକ ମୃତ 

ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିକୁଦର ଗ୍ରାମ ନିକଟରେ ଆଜି ଦୁଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ  ଜଣେ ଡ୍ରାଇଭର୍‌ଙ୍କ ମୃତ୍ୟୁ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ବଣେଇ ପଟୁ ବାରକୋଟ ଅଭିମୁଖେ ଆସୁଥିବା ଟ୍ରକ୍‌ (ଓଡି୨୩ଏ-୭୩୭୧) ସହିତ ବିପରୀତ ଦିଗରୁ…
ଅଧିକ ଖବର ଦେଖନ୍ତୁ...

ମେ ୨ ପରେ ଜୀବନର ଭିକ୍ଷା ମାଗିବେ ଟିଏମସିର ଗୁଣ୍ଡା: ଯୋଗୀ ଆଦିତ୍ୟନାଥ

ମାଲଦା: ମେ ୨ ପରେ ଜୀବନ ପାଇଁ ଭିକ ମାଗିବେ ତୃଣମୂଳ କଂଗ୍ରେସର ଗୁଣ୍ଡା | ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏଭଳି କହିଛନ୍ତି | ପଶ୍ଚିମବଙ୍ଗର ମାଲଦାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ଯୋଗୀ କହିଛନ୍ତି ଯେ ମାସକ ମଧ୍ୟରେ ପଶ୍ଚିମବଙ୍ଗରେ ପରିବର୍ତ୍ତନର ଝଲକ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଆର୍‌ଏସ୍‌ପି ଗ୍ୟାସ୍‌ ଲିକ୍‌ରୁ ୪ ଶ୍ରମିକଙ୍କ ମୃତ୍ୟୁ ଘଟଣା : ୨ ଅଧିକାରୀଙ୍କ ନାଁରେ କୋର୍ଟରେ ମାମଲା

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କୋଲ୍‌ କେମିକାଲ ବିଭାଗ (ସିସିଡି)ର ଗ୍ୟାସ୍‌ ଲିକ୍‌ରୁ ୪ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କାରଖାନା ବାଷ୍ପିତ ନିର୍ଦ୍ଦେଶାଳୟ (ଫ୍ୟାକ୍ଟ୍ରି ଆଣ୍ଡ ବଏଲର)। କାର୍ଯ୍ୟାଳୟର ଅବହେଳା ପାଇଁ ରାଉରକେଲା…
ଅଧିକ ଖବର ଦେଖନ୍ତୁ...

ପୁଅର ମାଡ଼ରେ ବାପା ମୃତ, ମା’ ଗୁରୁତର

ବାଲେଶ୍ବର : ବାଲେଶ୍ବର ସହରର ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ବାଲିଆ ଅଞ୍ଚଳରେ ପୁଅର ମାଡ଼ରେ ବାପାର ଜୀବନ ଚାଲିଯାଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ, ବାଲିଆ ଗ୍ରାମର ଅଟୋ ଚଳାଉଥିବା ଭରତ ଦାସଙ୍କ ପୁଅ ଦେବଜ୍ୟୋତି ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସଫା, ସମସ୍ତ ୩୧ଟି ଆସନକୁ ଦଖଲ କଲା ବିଜେପି

ଅହମ୍ମଦାବାଦ: ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ସମସ୍ତ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ଆଜି ଫଳାଫଳ ଘୋଷଣା କରାଯାଇଛି | ଆଉ ଫଳାଫଳ ଆସିବା ପରେ ବିଜେପି ଶିବିରରେ ଖୁସିର ମାହୋଲ ଖେଳିଯାଇଛି | କାରଣ ପଞ୍ଚାୟତ ନିର୍ବାଚନର ସମସ୍ତ ୩୧ଟି ଆସନରେ ବିଜେପି ଜିତାପଟ ହାସଲ କରିଥିବାବେଳେ କଂଗ୍ରେସ ଗୋଟିଏ…
ଅଧିକ ଖବର ଦେଖନ୍ତୁ...