Daily Archives

July 3, 2021

ଗଞ୍ଜେଇ ଗଦାରେ ଗଞ୍ଜାମ, ଦୁଇ ଥାନା ଇଲାକାରୁ ୧୦ କ୍ବିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଜବତ, ୩ ଗିରଫ 

ବେଗୁନିଆପଡ଼ା/ସୋରଡ଼ା: ଗଞ୍ଜେଇ ଗଦାରେ ଗଞ୍ଜାମ ଜିଲ୍ଲା। ଗତ ତିନି ଦିନ ମଧ୍ୟରେ ପାଟପୁର ଥାନା ଓ ଖଲ୍ଲିକୋଟ ଥାନା ଇଲାକାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ଏହାର ଜ୍ବଳନ୍ତ ପ୍ରମାଣ। ଫଳରେ ଏଠାରେ ଏକ ଅନ୍ତଃଜିଲ୍ଲା ରାକେଟ୍ ସକ୍ରିୟ ଥିବା ଅନୁମାନ କରାଯାଉଛି। ଏଭଳି ପରିସ୍ଥିତି‌ରେ ପୁଣି…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ୍ ବଳଭଦ୍ରପୁର ଗ୍ରାମର କାବୁଲା ସାମନ୍ତରାୟ (୨୩)। କାବୁଲା ଗୋରୁମହିଷାଣୀ ଲୁହାଖଣିରେ ମେସିନ୍‌…
ଅଧିକ ଖବର ଦେଖନ୍ତୁ...

ରାସ୍ତା ତିଆରି ପାଇଁ ସରକାରଙ୍କୁ ନିଜ ଜମି ଦେଲେ ନାହିଁ ମହିଳା, ହାଇୱେ ମଝିରେ ଫଶିଗଲା ଘର

ନୂଆଦିଲ୍ଲୀ: ସରକାର ଯେତେବେଳେ ରାସ୍ତା କିମ୍ବା ପୋଲ ତିଆରି କରି ସେହି ସମୟରେ ଲୋକମାନଙ୍କ ଜମି ସେଥିରେ ଚାଲି ଯାଇଥାଏ। ଏଥିପାଇଁ ସରକାର ଲୋକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥ ବି ଦେଇଥାଆନ୍ତି। କିନ୍ତୁ ଚୀନର ଗୁଅନଜୋ ସହରରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି।  ଜାତୀୟରାଜପଥ ତିଆରି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ଦୁଇ ଅଟକ

ବାଲେଶ୍ବର: ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ କାର୍‌ ସହ ୨୦ କେଜି ଗଞ୍ଜେଇ ଜବତ କରିଛି। ସେହିପରି ଏଥିରେ ସମ୍ପୃକ୍ତ ଦୁଇ ବ୍ୟବସାୟୀଙ୍କୁ ପୁଲିସ ଅଟକ ରଖିଛି। ସେମାନେ ହେଲେ ଅନୁଗୁଳ ସମଲବ୍ୟାରେଜ୍‌ ଅଞ୍ଚଳର ସନ୍ତୋଷ ନାୟକ(୪୦) ଓ କରୁଣା ନାୟକ(୨୮)। ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ବାସ୍କେଟବଲ ଖେଳୁଛନ୍ତି ପ୍ରଜ୍ଞ୍ୟା ସିଂହ ଠାକୁର

ଭୋପାଳ: ସୋସିଆଲ ମିଡିଆରେ ଭାଜପା ଏମପିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭାଜପା ଏମପିଙ୍କ ନାମ ପ୍ରଜ୍ଞ୍ୟା ସିଂହ ଠାକୁର। ପ୍ରଜ୍ଞ୍ୟା ସିଂହ ଠାକୁର ନିକଟରେ ବାସ୍କେଟବଲ ଖେଳୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀ ଓ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ପରିବାରକୁ ମରଣାନ୍ତକ ଆକ୍ରମଣ ଘଟଣା: ଆମପାଣି ଥାନାରେ ମାମଲା ରୁଜୁ

ଚନ୍ଦାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଏକ ଜଙ୍ଗଲରେ ରହୁଥିବା ଭତାପାଣି ଓ ଡୁମେରପାଣି ଗ୍ରାମର ୪୦ଟି ପରିବାରକୁ ଆମ୍ବପାଣି ଥାନା ଅନ୍ତର୍ଗତ ଗୋତୋମୁଣ୍ଡା ଗ୍ରାମବାସୀ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏପରିକି ଉଭୟ ଗ୍ରାମର ସମସ୍ତ ଘରକୁ ଭାଙ୍ଗି ଦେବା ସହିତ ସୁନାଗହଣା ସବୁ ଲୁଟ୍ କରି ନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଘର ଭିତରୁ ବାହାରିଲା ୨୧ଟି ନାଗ ସାପ: ଭୟରେ ପରିବାରଲୋକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବିଜ୍ଞାପିତ ପରିଷଦ ଅଳ ଗଡତୋଲ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ୨୧ ଗୋଟି ନାଗ ସାପ ବାହାରିଛି। ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଗତ କାଲି ରାତିରେ ମନିରାମ ପଟେଲଙ୍କ ପରିବାର ଘର ଭିତରେ ଏକ ନାଗ ସାପ ଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଅଣ୍ଟା ଭିଡ଼ିଲେ ଆଦିବାସୀ, ଜଙ୍ଗଲ ଅଧିକାର ନଦେଲେ ହେବ ଆନ୍ଦୋଳନ 

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧିନସ୍ଥ ନଙ୍ଗଲବୋଡ, ଘାଟମାଲ, ନୁଆମାଲପଡା ପଞ୍ଚାୟତର ଶତାଧିକ ଆଦିବାସୀ ନଂଗଲବୋଡ ଠାରେ ରୁଣ୍ଡ ହୋଇ ଆଦିବାସୀଙ୍କ ଜଙ୍ଗଲ ଅଧିକାର ଆଇନ ୨୦୦୬ ରେ ଥିବା " ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର " ଗ୍ରାମ ମାନଙ୍କୁ ନଦେଲେ ବନ ବିଭାଗ ବିରୋଧରେ ଘୋର ଆନ୍ଦୋଳନ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ବିଲକୁ ନେଇ ସମାଲୋଚନା କରନ୍ତି, କିନ୍ତୁ ନିଜେ ଦେଇନାହାନ୍ତି ୮ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ

ଚଣ୍ଡୀଗଡ଼: ନେତାଙ୍କ ବୟାନ ଓ ନେତାଙ୍କ କାର୍ଯ୍ୟକୁ ନେଇ ଅନେକ ସମୟରେ ସଂଶୟ ଉଠେ | ନିଜେ କହୁଥିବା କଥା ନେତା କରନ୍ତି ତ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ? ଆଜି ଆମେ ଆପଣଙ୍କୁ ଏମିତି ଜଣେ ନେତାଙ୍କ ବାବଦରେ କହିବୁ ଯିଏ ସରକାରଙ୍କୁ ସମାଲୋଚନା କରନ୍ତି ସିନା କିନ୍ତୁ ନିଜ ପାଇଁ ଗଳାବାଟ…
ଅଧିକ ଖବର ଦେଖନ୍ତୁ...

ରେଳ ଷ୍ଟେସନରୁ ୩ ନାବାଳକ ଉଦ୍ଧାର, ଦଲାଲ ଫେରାର

ରାଉରକେଲା: ମାତ୍ର ଦଶ ଦିନର ବ୍ୟବଧାନପରେ ଆଜି ପୁଣି ରାଉରକେଲା ଷ୍ଟେସନରେ ୩ ଜଣ ନାବାଳକ ଉଦ୍ଧାର ହୋଇଛନ୍ତି। ତେବେ ଏମାନଙ୍କୁ ଚାଲାଣ କରୁଥିବା ଦଲାଲ ଫେରାର ହୋଇଯାଇଛି। ତିନି ନାବାଳକ ଝାଡ଼ଖଣ୍ଡ ଗଡ଼ୱା ଜିଲ୍ଲାର। ସେମାନଙ୍କୁ ଚାଇଲ୍‌ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ଜଣେ ଗଡ଼ୱା ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...