Daily Archives

August 5, 2021

ଅନଲକ୍‌ ପରେ ହେଲମେଟ ପିନ୍ଧିବା ଭୁଲିଗଲେଣି, ଭୟର କାରଣ ସାଜିଛି ସ୍ପିଡ ବାଇକ୍‌

ଭଞ୍ଜନଗର: ସଡକ ସୁରକ୍ଷା ‌ନେଇ ରହିଥିବା ନିୟମକୁ ଗାଡ଼ି ଚାଳକ ଭୁଲିଗଲେଣି। ପରିବହନ ଓ ପୁଲିସ ବିଭାଗ ପକ୍ଷରୁ ନୂଆ ନିୟମ ଜାରି ହୋଇଛି। ‌ଗାଡି ଚେକିଂ ସହ ଜ‌ରିମାନା ଆଦାୟ ଠାରୁ ଲାଇସେନ୍ସ ରଦ୍ଦ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ ହେଉଥିଲା। କିନ୍ତୁ ବର୍ତ୍ତମାନ ରାସ୍ତାକୁ…
ଅଧିକ ଖବର ଦେଖନ୍ତୁ...

ଲୋଗୋ, ପୋଷ୍ଟର ଡିଜାଇନ୍ ଓ ଜିଙ୍ଗଲ୍ ରାଇଟିଂ ପ୍ରତିଯୋଗିତାର ବିଜେତାଙ୍କୁ ମିଳିଲା ପୁରସ୍କାର

ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ‘ନର୍ଚରିଂ ନେବରହୁଡ୍ସ୍ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମ ଅଧୀନରେ କରାଯାଇଥିବା ଲୋଗୋ ଡିଜାଇନ୍, ପୋଷ୍ଟର ଡିଜାଇନ୍ ଏବଂ ଜିଙ୍ଗଲ୍ ରାଇଟିଂ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଛି। ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି…
ଅଧିକ ଖବର ଦେଖନ୍ତୁ...

ମୟୁରଭଞ୍ଜରେ ଖୋଲିଲା ମନ୍ଦିର, ଧାର୍ମିକ ଅନୁଷ୍ଠାନ

ବାରିପଦା : ଆଜିଠାରୁ ଜିଲ୍ଲାରେ ଖୋଲିଛି ସବୁ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ। ଦୀର୍ଘ ମାସ ପରେ ମଠ ମନ୍ଦିର ଖୋଲିଥିବାରୁ ଜିଲ୍ଲାରେ ଭକ୍ତଙ୍କ ମହଲରେ ଖୁସି ଖେଳିଯାଇଛି। ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିରକୁ ଆଜି ସକାଳୁ ସକାଳୁ ଭକ୍ତଙ୍କ ଆଗମନ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଚାଳକଙ୍କୁ ମାଡ଼, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ବାଲିଅନ୍ତା: କୀଟନାଶକ ଖାଇ ଗୁରୁତର ହୋଇପଡ଼ିଥିବା ଜଣେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବାରେ ବିଳମ୍ବ ନେଇ ଆଜି ପୂର୍ବାହ୍ନରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଏନେଇ ଯୁବକଙ୍କ ସଂପର୍କୀୟମାନେ ୧୦୮(ଜନନୀ ଏକ୍ସପ୍ରେସ) ଆମ୍ବୁଲାନ୍ସ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି କାମ ସମ୍ବନ୍ଧରେ ଗଭୀର ଚିନ୍ତା କରିପାରନ୍ତି। ଘର ଓ ଅଫିସ ପରିବେଶରେ ପ୍ରସନ୍ନତା ରହିବ। ବୃଷ: ଆପଣଙ୍କ ପ୍ରଗତିରେ ବାଧା ଆସିପାରେ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଆପଣଙ୍କ ଘରକୁ ଖୁସି ଆସିବ। ମିଥୁନ: ନୂଆ କାମ…
ଅଧିକ ଖବର ଦେଖନ୍ତୁ...

ପେଟିଏମରୁ ଏଲପିଜି ସିଲିଣ୍ଡର ବୁକ କଲେ ଗ୍ରାହକଙ୍କୁ ମିଳିବ ୨,୭୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ

ନୂଆଦିଲ୍ଲୀ: ପେଟିଏମରୁ ଏଲପିଜି ସିଲିଣ୍ଡର ବୁକ କରୁଥିବା ଗ୍ରାହକଙ୍କ ପାଇଁ କମ୍ପାନି ଅଫର ଘୋଷଣା କରିଛି। ଏଣିକି ପେଟିଏମରୁ ଏଲପିଜି ସିଲିଣ୍ଡର ବୁକ୍ କଲେ ଗ୍ରାହକଙ୍କୁ ୨୭୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ। ଏଥିପାଇଁ ପେଟିଏମ ୩ପେ ୨୭୦୦ କ୍ୟାସବ୍ୟାକ ଅଫର ବାହାର କରିଛି। ଏହି ଅଫର…
ଅଧିକ ଖବର ଦେଖନ୍ତୁ...

କ୍ଷେତରେ ଝାଳ ବୁହାଉଛନ୍ତି ବିଧାୟକ ଅଙ୍ଗଦ କହଁର

ଫୁଲବାଣୀ: ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ତାଙ୍କ ସରଳ ଜୀବନଯାପନ ପାଇଁ ଅନ୍ୟ ରାଜନେତା ମହଲରେ ଆଦର୍ଶ ପାଲଟିଛନ୍ତି। ବିଧାୟକ ହୋଇଥିଲେ ମଧ୍ୟ ଜଣେ ଚାଷୀ ଭାବେ ନିଜର କୌଳିକ ବୃତ୍ତିକୁ ଛାଡ଼ି ପାରିନାହାନ୍ତି। ସବୁଠି ଖରିଫ୍‌ ଚାଷ କାମ ଆରମ୍ଭ ହୋଇଛି। ବିଧାୟକ ଶ୍ରୀ କହଁର ହଳ, ଲଙ୍ଗଳ ଧରି…
ଅଧିକ ଖବର ଦେଖନ୍ତୁ...

ଭୁଜାଲି ଲଗାଇ ରାହାଜାନି: ମୋବାଇଲ୍‌, ୩୦ ହଜାର ଝାମ୍ପିନେଲେ

କାଳିଆପାଣି: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଫୁଲଝର-ଟୋଲକାନୀ ରାସ୍ତାରେ ଆଜି ଦିନ ଦିପହରେ ରାହାଜାନୀ ଓ ଲୁଟ୍‌ପାଟ୍‌ ଅଭିଯୋଗ ହୋଇଛି। ଟାଟା ଏସିଇ ଭ୍ୟାନ୍‌ରେ ଆସୁଥିବା ଜଣେ ବ୍ୟବସାୟୀଙ୍କୁ ଗୋପପୁର ଗାଁର ନିଛାଟିଆ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆଡ଼ ପକାଇ ଅଟକାଇବା ପରେ…
ଅଧିକ ଖବର ଦେଖନ୍ତୁ...

ଠିକାଦାରଙ୍କ ଚଞ୍ଚକତା: ଘର ସମ୍ପୂର୍ଣ୍ଣ ନକରି ହିତାଧିକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଗତଦିନରେ ଅଭିଯୋଗ ହୋଇଥିବା ବେଳେ ଏସଇସି ତାଲିକାରେ କିଛି ହେରଫେର ହୋଇଛି।  ଏହି ବ୍ଲକ ଅଧିନସ୍ଥ ବେହେରାମୁଣ୍ଡା ପଞ୍ଚୟତର ସାଲେବିଡି ଓ ବାବୁରିଆ ଗ୍ରାମରେ ଏକାଧିକ…
ଅଧିକ ଖବର ଦେଖନ୍ତୁ...

ଖଲ୍ଲିକୋଟ ବିଧାୟିକାଙ୍କ ଘର ଉପରକୁ ବୋମାମାଡ଼, ସିରିଜ୍‌ ଆକ୍ରମଣ, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଖଲ୍ଲିକୋଟ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମରେ ଆରମ୍ଭ ହୋଇଯାଇଛି ରାଜନୈତିକ ଛକାପଞ୍ଝା, ହିଂସାକାଣ୍ଡ। ଏଭଳିକି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଖଲ୍ଲିକୋଟ ଓ କେଶପୁର ବାସଭବନ ଉପରକୁ ପଥର, ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଏକା ସାଙ୍ଗରେ ତିନି ତିନିଟି ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...