Daily Archives

October 8, 2021

ଓଏଏସ୍‌ ରେଜଲ୍ଟ ପ୍ରକାଶିତ; ଅଶ୍ୱିନୀ ପଣ୍ଡା ଟପ୍ପର, ଅଙ୍କୁର ଅଭିଳାଷ ଦ୍ୱିତୀୟ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ରେଜଲ୍ଟ -୨୦୧୯ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ମୋଟ୍‌ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଏହି ସିଭିଲ ପରୀକ୍ଷାରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଆତ୍ମସମର୍ପଣ ପରେ ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ 

ଖୋର୍ଦ୍ଧା: ଆତ୍ମସମର୍ପଣ ପରେ ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଜାମିନ ଆମେଦନ ଖାରଜ ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି। ଆଜି ସକାଳ ସାଢ଼େ ୮ଟାରୁ କୋର୍ଟ ପରିସର ସରଗରମ ଥିଲା । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକଙ୍କ ଭିଡ଼ ଜମିଥିଲା । ଆରପଟେ କୋର୍ଟ ପରିସର ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ବ୍ୟକ୍ତିଙ୍କ ୮.୮ ସେଣ୍ଟିମିଟର ଲମ୍ବା ନାକ, ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ସ୍ଥାନ ପାଇଛି ନାଁ

ନୂଆଦିଲ୍ଲୀ: ପୂର୍ବରୁ ଲମ୍ବା କେଶ ବା ଉଚ୍ଚତାକୁ ନେଇ ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ‌ଲୋକଙ୍କ ନାଁ ସାମିଲ ହୋଇଥିବାର ଆପଣ ଦେଖିଥିବେ। ହେଲେ ତୁର୍କୀରେ ରହୁଥିବା ଜଣେ ବ୍ୟକ୍ତି ନିଜ ନାକ ପାଇଁ ଚର୍ଚ୍ଚାରେ। ବିଶ୍ବରେ ଜୀବିତ ଥିବା ଲୋକଙ୍କ ନାକଠାରୁ ତାଙ୍କ ନାକ ବଡ଼ ହୋଇଥିବାରୁ ଗିନିଜ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୨୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। Update on newly detected #COVID19 cases in…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ପ୍ରବଳ ବର୍ଷା, ଏମଭି-୭ ବ୍ରିଜ ଉପରେ ତିନି ଫୁଟ୍‌ ପାଣି ପ୍ରବାହିତ

ମାଲକାନଗିରି: ମାଲକାନଗିରିରେ ପ୍ରବଳ ବର୍ଷା। ଦୀର୍ଘ ସମୟ ଧରି ବର୍ଷା ହେବା ଫଳରେ ଛୋଟ ବଡ ସବୁ ନଦୀ, ନାଳ ପୁରିଯାଇଥିବା ଦେଖିବାକୁ ମିଳିଛି। ଏପରିକି ଜାତୀୟ ରାଜପଥ ୩୨୬ର ଏମଭି-୭ ନମ୍ବର ନିକଟରେ ରହିଥିବା ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ ହେବା ଫଳରେ ଦୀର୍ଘ ସମୟ ଧରି ଦୁଇ ପଟେ ଯାନବାହାନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ହାଇଦ୍ରାବାଦ୍‌ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇ କରିବ ବ୍ୟାଟିଂ, ଦିଲ୍ଲୀ ବିପକ୍ଷରେ ବାଙ୍ଗାଲୋରର ବୋଲିଂ…

ଆବୁଧାବି/ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣରେ ଆଜି ୨ଟି ମ୍ୟାଚ୍‌ ଖେଳାଯାଉଛି। ଚଳିତ ସଂସ୍କରଣର ୫୫ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ମୁମ୍ବାଇ ଇଣ୍ଡିଆନ୍‌ସ ମୁକାବିଲା ହେଉଛି। ଏହି ମ୍ୟାଚ୍‌ରେ ମୁମ୍ବାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ପୁଣିଥରେ ଶିକ୍ଷା କ୍ଷେତ୍ରକୁ ଫେରିବେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି ସୁବ୍ରମଣ୍ୟନ୍‌

ନୂଆଦିଲ୍ଲୀ: ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି ସୁବ୍ରମଣ୍ୟନ୍‌ ଆଜି କହିଛନ୍ତି ଯେ ସେ ଆଉଥରେ ଶିକ୍ଷା (ଏକାଡେମି) କ୍ଷେତ୍ରକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଅର୍ଥନୈତିକ ପରାମର୍ଶଦାତା ଭାବେ ମୋର କାର୍ଯ୍ୟକାଳ ପୂରଣ ହେବା ପରେ ମୁଁ ଏକାଡେମିକୁ ଫେରିବାକୁ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ଜେଲ୍‌

ବାଲେଶ୍ବର: ବାଲେଶ୍ବର ପକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଗିରିଜା ପ୍ରସାଦ ମହାପାତ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଆଜି ଅଭିଯୁକ୍ତ ଅଭିମନ୍ୟୁ ଘୋଷ(୬୦)କୁ ଆଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି। ୨୦୧୮ ମସିହା ଅଗଷ୍ଟ ୧୨ ତାରିଖର ଘଟଣା।…
ଅଧିକ ଖବର ଦେଖନ୍ତୁ...

ଜାଡେଜାଙ୍କୁ ନଟଆଉଟ ଘୋଷଣା କରିବା ପରେ ଖୁସିରେ ନାଚିଲେ ଜିଭା; ରାଇନା ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ମ୍ୟାଚରେ କେଏଲ୍ ରାହୁଲ ୯୮ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଅନ୍ୟପକ୍ଷରେ ଏହି ମ୍ୟାଚରେ ଧୋନିଙ୍କ ଝିଅ ଜିଭା ପୁଣି ଥରେ ଲାଇମଲାଇଟକୁ…
ଅଧିକ ଖବର ଦେଖନ୍ତୁ...

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ହଟିଲା ପରଦା, ବିଦ୍ୟାଭାରତୀଙ୍କ ଉପରେ ଲାଗିଲା ଦଫା

ଗଜପତି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ପରଦା ହଟିଛି । ଏହି ମାମଲାରେ ଶେଷ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ଆଉ ତଦନ୍ତ ଶେଷ ହେବା ପରେ ଏ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତେବେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...