Daily Archives

October 21, 2021

ମମିତା ମେହେର ହତ୍ୟାକାଣ୍ଡ: ବିଜେପିର ଅଭିଯୋଗ ଉପରେ ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ଅଧ୍ୟାପିକା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପି ଆଣିଥିବା ଅଭିଯୋଗ ଉପରେ ବିଜେଡି ଜବାବ ରଖିଛି। ବିଜେଡି କହିଛି, ମମିତା ମେହେର ମୃତ୍ୟୁ ପାଇଁ ଆମେ ସମସ୍ତେ ଦୁଃଖିତ। କେବଳ ଖାଲି ମୁଁ, ନୁହଁ ସାରା ଓଡ଼ିଶାବାସୀ ଏବଂ ବିଜୁ ଜନତା ଦଳ ମଧ୍ୟ ଦୁଃଖିତ ବୋଲି ବିଜେଡି…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଉତ୍ସବ ଶେଷ ହେବା ପରେ ହଠାତ୍‌ ବୃଦ୍ଧି ପାଇଲା କୋଭିଡ-୧୯ ମାମଲା

କୋଲକାତା: ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଉତ୍ସବ ଶେଷ ହେବା ପରେ ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୮୬୭ ଜଣ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଏବଂ ପ୍ରତିଦିନ ଏହି ସଂଖ୍ୟାରେ…
ଅଧିକ ଖବର ଦେଖନ୍ତୁ...

ଅନନ୍ୟା ପାଣ୍ଡେଙ୍କ ଲାପଟପ୍ ଓ ଫୋନ ଜବତ କଲା ଏନସିବି

ମୁମ୍ବାଇ: ଆରୟନ ଖାଁଙ୍କ ଡ୍ରଗ୍ସ ମାମଲାରେ ବଲିଉଡର ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅନନ୍ୟାଙ୍କ ସହିତ ତାଙ୍କ ପିତା ଚଙ୍କି ପାଣ୍ଡେଙ୍କ ମଧ୍ୟ ରହିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗୁରୁବାର ଦିନ ଏନସିବିର ଏକ…
ଅଧିକ ଖବର ଦେଖନ୍ତୁ...

ଗଜପତି ଗଞ୍ଜେଇ ଏବେ ଜାତୀୟ ସମସ୍ୟା, ପଡ଼ୋଶୀ ରାଜ୍ୟ ସରକାରଙ୍କ ଉଦ୍‌ବେଗ

ପାରଳାଖେମୁଣ୍ତି : ଦକ୍ଷିଣ ଓଡ଼ିଶାର ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ଜାତୀୟ ସ୍ତରରେ ବଡ଼ ସମସ୍ୟା ହୋଇଛି। ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ ପାଲଟିଛି ଗଜପତି ଜିଲ୍ଲା। ପୁଲିସ ଓ ପ୍ରଶାସନ ସ୍ତରରେ ଯେତେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗତ କିଛି ଦିନ ପୂର୍ବେ…
ଅଧିକ ଖବର ଦେଖନ୍ତୁ...

ଆରୟନଙ୍କ ହାଜତ ମିଆଦ ଅକ୍ଟୋବର ୩୦କୁ ବୃଦ୍ଧି

ମୁମ୍ବାଇ :  କ୍ରୁଜ ଜାହାଜରେ ଡ୍ରଗ୍ସ ସେବନ ମାମଲାରେ ଗିରଫ ବଲିଉଡ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆରୟନ ଖାଁଙ୍କ ହାଜତ ମିଆଦ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ମୁମ୍ବାଇର ସ୍ବତନ୍ତ୍ର ଏନଡିପିଏସ କୋର୍ଟ ତାଙ୍କ ହାଜତ  ମିଆଦକୁ ବଢାଇଦେଇଛନ୍ତି । ଫଳରେ ଆସନ୍ତା ୩୦ ତାରିଖ…
ଅଧିକ ଖବର ଦେଖନ୍ତୁ...

ମହିଳା କ୍ରିକେଟରଙ୍କୁ ଯୌନ ଉତ୍ପୀଡ଼ନ ମହଙ୍ଗା ପଡ଼ିଲା ଗିରଫ ହେଲେ କୋଚ୍‌

ପୁଡୁଚେରି: ପୁଡୁଚେରିର ଜଣେ କ୍ରିକେଟ୍‌ ପ୍ରଶିକ୍ଷକ (କୋଚ୍‌) ଜନୈକା ୧୬ ବର୍ଷୀୟା ମହିଳା କ୍ରିକେଟରଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ହୋଇଛି। ଜଣେ ବରିଷ୍ଠ କ୍ରିକେଟ୍‌ ଖେଳାଳି ସହ ପ୍ରଶିକ୍ଷକ ଥିବା ଅଭିଯୁକ୍ତ ଜଣକ ସଂପୃକ୍ତ ମହିଳା କ୍ରିକେଟରଙ୍କ କାନ୍ଧ, ଛାତି ଏବଂ ପିଠିରେ ଅନୁପଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ଗୁଣୁପୁର ଏଡିଜେ ଶୁଣାଇଥିବା ଫାଶି ଦଣ୍ଡାଦେଶଙ୍କୁ କାଏମ ରଖିଲେ ରାୟଗଡା କୋର୍ଟ

ରାୟଗଡା: ଟ୍ରିପଲ ମର୍ଡର ଘଟଣାରେ ଗୁଣୁପୁର ଏଡିଜେ କୋର୍ଟ ଶୁଣାଇଥିବା ଫାଶି ଦଣ୍ଡାଦେଶର ପୁନଃ ଶୁଣାଣି କରି ରାୟକୁ କାଏମ ରଖିଛନ୍ତି ରାୟଗଡା ଜିଲ୍ଳା ଓ ଦୌରା ଜଜ୍ । ଗୁଣୁପୁର ବ୍ଲକ କିତୁଙ୍ଗ୍ ଗାଁର ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଥିଲା । ୨୦୧୬ ସେପ୍ଟେମ୍ବର…
ଅଧିକ ଖବର ଦେଖନ୍ତୁ...

ନଭେମ୍ବରରେ ନବମ ଶ୍ରେଣୀର ସମ୍ମେଟିଭ୍‌ ଆସେସମେଣ୍ଟ ପରୀକ୍ଷା, ୪୦ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କଟକ: ନବମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍‌ ପରୀକ୍ଷା ଆସନ୍ତା ନଭେମ୍ବର ୨୨ ତାରିଖ ଠାରୁ ଆମମ୍ଭ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୋର୍ଡର ଅଧ୍ୟକ୍ଷ ରାମାଶିଷ ହାଜରା ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ପରୀକ୍ଷା ତିନି ଦିନ ଚାଲିବ। ଅର୍ଥାତ ନଭେମ୍ବର ୨୪ରେ ସମ୍ମେଟିଭ୍‌…
ଅଧିକ ଖବର ଦେଖନ୍ତୁ...

ବର୍ତ୍ତମାନ ସ୍ଥିତି ଯେପରି ଅଛି ତୃତୀୟ ଲହର ଆଶଙ୍କା କମ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ପାର୍ବଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ କୋଭିଡ ଗାଇଡଲାଇନ ପାଳନ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ବେ ଏହି ସମୟରେ ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଉଥିଲା। ତେବେ ଗତ ୭-୮  ଦିନ ମଧ୍ୟରେ ସଂକ୍ରମଣ କେତେ ବଢିଛି ଆଗକୁ ଜଣାପଡ଼ିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେତିକି…
ଅଧିକ ଖବର ଦେଖନ୍ତୁ...

ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାନଗଲେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ମେଣ୍ଢାବାରୁ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଅତି ଦୁର୍ଗମ ଝିରିପାଣି ପଞ୍ଚାୟତ କୁଟିଆ କନ୍ଧ ବହୁଳ ଗାଁପୁଞ୍ଜକୁ ନେଇ ଗଠିତ। ଯେଉଁଠିକୁ ନା ଅଛି ରାସ୍ତା, ବିଜୁଳି, ସ୍କୁଲ କି ଅଙ୍ଗନବାଡ଼ି କେନ୍ଦ୍ର। ଗାଁରେ ପାଣି ଟୋପାଏ ପିଇବା ପାଇଁ ଆଜି ବି ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି।…
ଅଧିକ ଖବର ଦେଖନ୍ତୁ...