କଟକ: ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ

କଟକ: ଆଜି ସକାଳେ ନଦୀରେ ଗାଧୋଉଥିବା ବେଳେ ଗୋଡ଼ ଖସିିଯିବାରୁ ୩ ଜଣ ଛାତ୍ର ପାଣିରେ ନିଖୋଜ ହୋଇଯାଇଥିିଲେ। ଖବର ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଆଉ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେହିପରି ଏ ପର୍ଯ୍ୟନ୍ତ ଆଉ ଜଣେ ଛାତ୍ର ନିଖୋଜ ଅଛନ୍ତି।
ଯେଉଁ ଦୁଇ ଛାତ୍ର ଗଭୀର ଜଳରେ ନିଖୋଜ ହୋଇଯାଇଥିଲେ ସେମାନଙ୍କ ନାମ ଶୁଭଙ୍କର ପଣ୍ଡା ଓ ରିତେଶ ନାୟକ ଓ ଉଭୟଙ୍କ ଘର ସିଡିଏ ଅଞ୍ଚଳରେ। ସେମାନେ ନରାଜ ନିକଟ ଧବଳେଶ୍ୱର ଘାଟରେ ଗାଧୋଉଥିିବା ବେଳେ ଏହି ଅଘଟଣ ଘଟିଛି।

ସମ୍ବନ୍ଧିତ ଖବର