ଠାକୁରଙ୍କ ଟଙ୍କା ଓ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ଭଦ୍ରକ: ଭଦ୍ରକ ସହରର ଜାନୁଗଞ୍ଜସ୍ଥିତ ଶନି ମନ୍ଦିରରୁ ଗତ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ମନ୍ଦିରର ଗ୍ରିଲ ଭାଙ୍ଗି ଭିତରେ ପଶି ଦାନ ବାକ୍ସକୁ ତା‌ଡି ସେଥିମଧ୍ୟରୁ ଦାନ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଏଥିସହିତ ଠାକୁରଙ୍କ ମୁକୁଟ ସହ ଅନ୍ୟାନ୍ୟ ସୁନା ଓ ରୂପା ଅଳଙ୍କାର ଆଦି ଜିନିଷ ଚୋରି ହୋଇଯାଇଛି।

ସୂଚନାଯୋଗ୍ୟ, ଗୁରୁବାର ସକାଳେ କିଛି ଲୋକ ଠାକୁରଙ୍କ ଦର୍ଶନ ପାଇଁ ମନ୍ଦିର ଆସିଥିବା ସମୟରେ ‌ଦାନ ବାକ୍ସଟି ବାହାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ମନ୍ଦିର ଗ୍ରିଲ ବି ଭଙ୍ଗା ଯାଇଥିବା ଦେଖି ଉକ୍ତ ଲୋକମାନେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଏହାପରେ ଠାକୁରଙ୍କ ଟଙ୍କା ଓ ଅଳଙ୍କାର ଆଦି ଚୋରି ହୋଇଯାଇଥିବା ଜାଣି ପୁଲିସକୁ ଜଣାଇଥିଲେ।

ତେବେ ଲୁଟର ସମସ୍ତ ଘଟଣା ମନ୍ଦିର ପରିସରରେ ଲାଗିଥିବା ସିସିଟିଭିରେ କୈଦ ହୋଇ ଯାଇଛି । ଏହାକୁ ଆଧାର କରି ଭଦ୍ରକ ଟାଉନ ଥାନା ପୁଲିସ ତଦନ୍ତ ଜାରି କରିଛି।

ସମ୍ବନ୍ଧିତ ଖବର