ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଔଷଧ ବିକ୍ରି: କ୍ବାକଙ୍କ ଚାହିଦା ବଢ଼ିଲା

ଜୟପୁର: ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣର ପ୍ରଭାବ ଜୟପୁର ସହର ଉପରେ ଅଧିକା ପଡ଼ିଛି। ସରକାରୀ ଭାବେ ଯେତିକି ଘୋଷଣା ହେଉଛି ତାହାର ତିନିରୁ ଚାରିଗୁଣା ସଂକ୍ରମିତ ସହରରେ ରହିଛନ୍ତି। ସାମାନ୍ୟ ଲକ୍ଷଣ ଦେବା ମାତ୍ରକେ ପରୀକ୍ଷା କରାଇବା ବଦଳରେ ସିଧାସଳଖ ଭାବେ ମେଡିକାଲ ଷ୍ଠୋରକୁ ଲୋକେ ପହଚିଂ ଲକ୍ଷଣ ସଂପର୍କରେ କହୁଛନ୍ତି। ମେଡିକାଲ ଷ୍ଟୋର ଗୁଡ଼ିକ ଅଧିକା ବେପାର କରିବା ଲାଲସାରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ଔଷଧ ବିକ୍ରୀ କରୁଛନ୍ତି। କିଛି ଡାକ୍ତରଙ୍କ ପୁରୁଣା ପ୍ରେସକ୍ରିପସନକୁ ଜେରକ୍ସ କରି ତାକୁ ନେଇ ଔଷଧ ବିକ୍ରୀ କରାଯାଉଛି ବୋଲି ଗୋଟିଏ ମେଡିକାଲ ଷ୍ଠୋରର ମାଲିକ ନିଜ ନାଁକୁ ଗୋପନରେ ରଖି କହିଛନ୍ତି। ଲୋକେ ବି ଆଉ ଡାକ୍ତରଙ୍କ ପାଖକୁ ଯାଇ ନିଜ ଏସମୟରେ ଓକ୍ସିଜେନ୍ ସ୍ତର କମିଗଲେ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଆଣି ଓକ୍ସିଜେନ ସିଲଣ୍ଡର ଲଗା୍ଉଛନ୍ତି। ସଂପ୍ରତି କ୍ବାକ୍ ମାନେ ସକ୍ରିୟ ହେବା ସହ ସେମାନେ ସାହି ଓଗଳିରେ ବୁଲି ଇଂଜେକ୍ସନ, ଔଷଧ, ସାଲାଇନ୍ ଆଦି ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି। କ୍ବାକଙ୍କ ଦ୍ବାରା କିମ୍ବା ମେଡିସିନ୍ ଷ୍ଟୋରରୁ ଔଷଧ ଆଣି ଖାଇବା ମଧ୍ୟରେ କିଛି ଲୋକେ ଗୁରୁରତ ହେବା ସହ ଅଚାନକ ଭାବେ ଓକ୍ସିଜେନ୍ ସ୍ତର ବହୁତ କମିବା ସହ ସଂକଟାପନ୍ନ ହୋଇପଡ଼ୁଛନ୍ତି। ଏହି ସ୍ଥିତିରେ ଜିଲ୍ଲାମୁଖ୍ୟଚିକିତ୍ସାଳୟକୁ କିମ୍ବା କୋଭିଡ୍ ହସ୍ପିଟାଲକୁ ନେଉଥିବା ଦେଖିବାକୁ ମିଳିଛି। ଏଭଳି ୧୬ଜଣ ରୋଗୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। କିଛି ଔଷଧର ପାର୍ଶ୍ବ ପ୍ରତିକ୍ରୀୟା ବି ରହିଥିଲେ ହେଁ କେହି ଏହାକୁ ଖାତିର କରୁ ନାହାନ୍ତି। ଖାସ୍ କରି ଉଚ୍ଚରକ୍ତଚାପ, ଡାଇବେଟିଜ୍ ଏବଂ ବିଭିନ୍ନ ବୟସ ବର୍ଗର ରୋଗୀଙ୍କ ପାଇଁ ଭିନ୍ନ ଭିନ୍ନ ରକମର ଔଷଧ ଖାଇବାକୁ ପଡ଼ିଥାଏ ବୋଲି କହିଛନ୍ତି କୋଭିଡ୍ ହସ୍ପିଟାଲର ଏଏମଓ ଡ.ଆଶିଷ ପାଣିଗ୍ରାହୀ। ସେଭଳି ରୋଗୀଙ୍କର ଓକ୍ସିଜେନସ୍ତରକୁ ଦୃଷ୍ଟିରେ ରଖି ଘଣ୍ଟାକୁ ୮କିଲୋ, ୧୨କିଲୋ, ୧୪କିଲୋ କିମ୍ବା ୧୮କିଲୋର ଓକ୍ସିଜେନ୍ ସିଲଣ୍ଡର ଲଗାଯାଇ ଚିକିତ୍ସା କରିବାକୁ ପଡ଼ୁଛି। ତେବେ ବାହାରେ ଲୋକେ କେତେ କିଲୋର ଲଗାଉଛନ୍ତି ଏବଂ କିଭଳି ଲଗାଯାଉଛି ସେ ସଂପର୍କରେ ବି ଜାଣିବା ଆବଶ୍ୟକ ବୋଲି କହିଛନ୍ତି ଡ.ପାଣିଗ୍ରାହୀ। ବିନା ପ୍ରେସକ୍ରିପସନରେ ମେଡିକାଲ ଷ୍ଠୋର ମେଡିସିନ୍ ଦେବା , ସାମାନ୍ୟ ଲକ୍ଷଣ ଦେଖାଗଲେ ନିଜେ ଔଷଧ କିଣି ଖାଇବା ଉଚିତ ନୁହେଁ। କ୍ବାକଙ୍କ ପ୍ରାଦୁର୍ଭାବ ବି ବୃଦ୍ଧି ପାଇଥିବାରୁ ଏହାକୁ ବି ରୋକାଯିବା ଆବଶ୍ୟକ। ଏସବୁ କାରଣ ଯୋଗୁଁ ଗତ ପର୍ଯ୍ୟାୟ ତୁଳନାରେ ଏହି ପର୍ଯ୍ୟାୟରେ ଅଧିକା ଲୋକଙ୍କର କୋଭିଡରେ ମୃତ୍ୟୁ ହେଉଛି ବୋଲି କହିଚନ୍ତି ଡ.ପାଣିଗ୍ରାହୀ। ବେଳ ଥାଉଣୁ ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ପାଇଁ ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର