ଦୁଇ ବେଆଇନ ପାଥୋଲାବ୍‌ ସିଲ୍‌

ଘଟଗାଁ/ଢେଙ୍କିକୋଟ : ଘଟଗାଁ ବ୍ଲକ୍‌ସ୍ତରୀୟ ଟାସ୍କଫୋର୍ସ ଓ ଏନଫୋର୍ସମେଣ୍ଟ କମିଟି ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ଢେଙ୍କିକୋଟ ଡାକ୍ତରଖାନା ସମ୍ମୁଖରେ ଥିବା ଦୁଇଟି ବେଆଇନ ପାଥୋଲାବ୍‌କୁ ସିଲ୍‌ କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଗଣ୍ଡଶିଳାର କେଦାରନାଥ ମହାନ୍ତ ଓ ଭୋଳବେଡ଼ାର ରମ୍ୟରଂଜନ ମହାନାୟକ ଢେଙ୍କିକୋଟ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଦୀର୍ଘଦିନ ହେବ ବେଆଇନ ଭାବେ ପାଥୋଲାବ୍‌ ଖୋଲି ରକ୍ତ, ମଳ, ମୂତ୍ର ଓ ଅନ୍ୟାନ୍ୟ ପରୀକ୍ଷା କରିବା ସହ ରୋଗୀ ଚିକିତ୍ସା ମଧ୍ୟ କରୁଥିବା ଅଭିଯୋଗ ହୋଇଆସୁଥିଲା। ଆଜି ଟାସ୍କଫୋର୍ସ ଓ ଏନଫୋର୍ସମେଣ୍ଟ କମିଟି ଅଚାନକ ଚଢ଼ଉ କରି ପାଥୋଲାବ୍‌ ଦୁଇଟିକୁ ସିଲ୍‌ କରିଛି। ତଦନ୍ତ ପରେ ପାଥୋଲାବ୍‌ ଗୁଡ଼ିକ ଉପରେ ଜରିମାନା କରାଯିବ। ଆଜିର ଚଢ଼ଉରେ ତହସିଲଦାର ଜନକ କୁମାର ନାୟକ, ବିଡିଓ ନାରାୟଣ ସାହୁ, ଡାକ୍ତର ଆଶ୍ରିତ ଆଚାର୍ଯ୍ୟ ଓ ଏବିଡିଓ ଚିତ୍ତରଞ୍ଜନ ନାୟକ ସାମିଲ ଥିଲେ। ଚଢ଼ଉ ଭୟ‌ରେ ବେଆଇନ ଭାବେ ରୋଗୀ ଚିକିତ୍ସା କରୁଥିବା ଆଉ କେତେକ କ୍ଲିନିକ ବନ୍ଦ କରି ମାଲିକମାନେ ଖସି ପଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର