ମରୁଡି ଘୋଷଣା ପାଇଁ ତହସିଲଦାରଙ୍କୁ ଦାବିପତ୍ର

ଭଞ୍ଜନଗର, ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଖରିଫ ଚାଷ ଆରମ୍ଭରୁ ହିଁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ତଳିକୁ ସୁରକ୍ଷା ଦେବା ଠାରୁ ଧାନ ଗଛ ବଞ୍ଚାଇ ରଖିବା ଚାଷୀକୂଳ ପାଇଁ କାଠିକଣ ପାଠ ସାବ୍ୟସ୍ତ ହୋଇ ପଡିଛି। ଏଭଳି କି କିଛି ଗ୍ରାମରେ ଚାଷୀ ମାନେ ଦ୍ବିତୀୟ ଓ ତୃତୀୟ ଥର ତଳି ବୁଣି ଚାଷ କାର୍ଯ୍ୟ କରିଥିବା ବେଳଳେ କିଛି ସ୍ଥାନରେ ଜଳାଭାବ ଯୋଗୁ ଆଜି ପର୍ଯ୍ୟନ୍ତ ଧାନ ରୁଆ ଯାଇ ପାରିଲା ନାର୍ହି। ତେଣୁ ସେହି ଗ୍ରାମ ଜମି ଗୁଡିକର ସ୍ଥିତି ତଦନ୍ତ କରି ମରୁଡ଼ି ଘୋଷଣା କରିବା ସହ କ୍ଷତି ପୂରଣ ଦେବା ପାଇଁ ଦାବୀ ହୋଇଛି।

ଭଞ୍ଜନଗର ବ୍ଳକ୍ ସାଦରା ଗ୍ରାମର କୃଷ୍ଣଶରଣପୁର ଦାଖଲା,ସର୍ଦ୍ଦାପୁର ଓ ନୁଆଁ ମହୁଲିଆ ଗ୍ରାମର ଢାମଣାଝୋଳି ଦାଖଲା ଅଧୀନରେ ଚାଷ କାର୍ଯ୍ୟ କରୁଥିବା ଚାଷୀ ସମୂହ ଭଞ୍ଜନଗର ତହସିଲଦାରଙ୍କୁ ଭେଟି ସେମାନଙ୍କ ଗ୍ରାମକୁ ମରୁଡ଼ି ଘୋଷଣା କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମରେ ଜଳସେଚନ ସୁବିଧା ନଥିବାରୁ ଚାଷକାର୍ଯ୍ୟ ପାଇଁ ଚାଷୀ ବର୍ଷା ଜଳ ଉପରେ ହିଁ ନିର୍ଭର କରୁଥିବା ସେମାନେଖ ପ୍ରକାଶ କରିଛନ୍ତି।

ଯାହା ଫଳରେ ଚଳିତ ବର୍ଷ ବର୍ଷା ଅଭାବ ହେତୁ ଖରିଫ୍ ଚାଷ ବାଧାପ୍ରାପ୍ତ ହୋଇଛି। ତେଣୁ ରାଜସ୍ବ କର୍ମଚାରୀ କ୍ଷେତ୍ର ପରିଦର୍ଶନ କରି ଚାଷ କାର୍ଯ୍ୟର ସ୍ଥିତାବସ୍ଥା ଯାଞ୍ଚ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ଏଥିରେ ପ୍ରମୋଦ କୁମାର ପ୍ରଧାନ,ଭଗବାନ ଗୌଡ,ଟୁନା ବେହେରା,କାହ୍ନୁ ଚରଣ ସାହୁ,ପଦ୍ମନାଭ ନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି।

 

ସମ୍ବନ୍ଧିତ ଖବର