୭୯୦ଆମ୍ପୁଲ ପେଣ୍ଟାଜୋସିନ୍ ନିଶା ଇଂଜେକ୍ସନ୍ ଜବତ: ମାଷ୍ଟର ମାଇଣ୍ଡ ସହ ୩ଏଜେଣ୍ଟ ଗିରଫ

ଜୟପୁର: କଲିକତାରୁ ଜୟପୁରକୁ ଲମ୍ବିଥିବା ନିଶା ଇଂଜେକ୍ସନ କାରାବାରର ପର୍ଦ୍ଧାପାସ କରିଛି ଜୟପୁର ଟାଉନପୁଲିସ । ମାଷ୍ଟରମାଇଣ୍ଡ ସହ ଆଉ ୩ଜଣ ଅଭିଯୁକ୍ତ ଏଜେଣ୍ଟଙ୍କୁ ଗିରଫ କରିଛି। ଏମାନେ ହେଲେ ସୁନାବେଡ଼ାର ସୁଶାନ୍ତ ମହାନ୍ତି, ଜୟପୁରର ରାମ ହରିଜନ, ନବୀନ ରାଉତ, ଦିଲ୍ଲୀପ କୁମାର ହନ୍ତାଳ। ୭୯୦ଆମ୍ପୁଲ ପେଣ୍ଟାଜୋସିନ୍ ୨୩.୭ଗ୍ରାମ ଇଂଜେକ୍ସନ, ଗୋଟିଏ ମାରୁତି ୱାଗନଆର୍ କାର, ୫୧ହଜାର ୪୧୦ଟଙ୍କା, ୩ଟି ମୋବାଇଲ୍ ଫୋନ ଏମାନଙ୍କ ନିକଟରୁ ପୁଲିସ ଜବତ କରିଛି। ପୁଲିସ ଓ ଡ୍ରଗ୍ସ ବିଭାଗ ପକ୍ଷରୁ ଏହି ରାକେଟକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରି ରଖାଯାଇଥିଲା।

ଏହି ମାମଲାର ମାଷ୍ଟରମାଇଣ୍ଡ ଅଭିଯୁକ୍ତ ଜଣକ ଗଂଜାମ ଜିଲ୍ଲାର ଆସିକା ଥାନା ଅର୍ନ୍ତଗତ ନୂଆଗାଁର କବିରାଜ ମହାନ୍ତିଙ୍କ ପୁଅ ସନ୍ତୋଷ । ସେ ସୂନାବେଡ଼ାରେ ଡ଼େରା ପକାଇ କଲିକତାରୁ ଏହି ଇଂଜେକ୍ସନ୍ ଆଣି ଜୟପୁରରେ କିଛି ଏଜେଣ୍ଟ ନିଯୁକ୍ତି ଦେଇ ଏହାକୁ ଯୁବବର୍ଗକୁ ବିକ୍ରି କରୁଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଶେଖ ବେହେରା ଓ ଥାନା ଆଇଆଇସି ବାଲେଶ୍ବର ଗିଦ୍ଧୀ। ଗତ ୩୦ତାରିଖ ଦିନ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଜୟପୁର ଟାଉନଥାନା ଆଇଆଇସି ଶ୍ରୀ ଗିଦ୍ଧି, ସବଇନସପେକ୍ଟର ବିସିଏଚ୍ ବେହେରା, ରିଗାନ୍ କିଣ୍ଡୋ, ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ପ୍ରମୁଖ ସଦଳବଳ ସହରର ବିଭିନ୍ନ ଆଡ୍ଡା ଉପରେ ଚଢ଼ାଉ କରି ମାଷ୍ଟର ମାଇଣ୍ଡ ସହ ୩ଜଣ ଏଜେଣ୍ଟ ୪ଜଣଙ୍କୁ ଧରିଥିଲେ।

ଅଭିଯୁକ୍ତମାନଙ୍କ ନିକଟରୁ ଉପରୋକ୍ତ ନିଶା ଔଷଧ ସହ ଟଙ୍କା , କାର ଆଦି ଜବତ କରିଥିଲେ। ସୁଶାନ୍ତ ଏହି ମାମଲାରେ ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ରାମ, ନବୀନ ଓ ଦିଲ୍ଲୀପ ଏଜେଣ୍ଟ ସାଜିଥିଲେ। ଏମାନେ ଖାସ୍ କରି କଲେଜ ପଡ଼ୁଆ ତଥା ଯୁବବର୍ଗକୁ ଟାର୍ଗେଟ କରିଥିଲେ। ଆମ୍ପୁଲ ପିଛା ୪୦୦ରୁ ୫୦୦ଲେଖାଏଁ ବିକ୍ରୟ କରୁଥିଲେ।

ଯୁବବର୍ଗ ଏହି ଇଂଜେକ୍ସନର ପାର୍ଶ୍ବପ୍ରତିକ୍ରୀୟା ଜାଣି ନ ପାରି ନୂଆ ରକମର ନିଶା ନେବା ଫେସନରେ ନେଉଥିଲେ। ଜୟପୁର ସହରର ସହ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ ଏହି ନିଶାଇଂଜେକ୍ସନ୍ କାରବାର ଜୋର ଧରିଥିଲା। ଖାସ୍ କରି ଏହି ନିଶା ଇଂଜେକ୍ସନ୍ ଟି ସରକାରୀ ଡାକ୍ତରଖାନା ଗୁଡ଼ିକରେ ବିଭିନ୍ନ ଗୁରୁତର ଅସ୍ତ୍ରପ୍ରଚାର କରିବା ସମୟରେ ରୋଗୀଙ୍କୁ ବ୍ୟଥା ଉପଶମ ପାଇଁ ଦିଆଯାଇଥାଏ। ଡାକ୍ତର ମାନେ ପ୍ରେସକ୍ରିଫସନରେ ଦର୍ଶାଇବା ପରେ ଖାସ୍ କରି କିଛି ମେଡିକାଲ ଷ୍ଟୋରରେ ହିଁ ଏହା ବିକ୍ରୀ ହେଉଛି। ଏବଂ ଏହାର ବିଧିବଦ୍ଧ ବିବରଣୀ ବି ମେଡିକାଲ ଷ୍ଟୋର ପକ୍ଷରୁ ରଖୁଛନ୍ତି ବୋଲି କହିଛନ୍ତି ଡ୍ରଗ୍ସ ନିରୀକ୍ଷକ ଚିନ୍ମୟ କୁମାର।

ମାଷ୍ଟର ମାଇଣ୍ଡ ସୁଶାନ୍ତ ଏହାକୁ କଲିକତାରୁ ଆଣି ଏଠାରେ ବିକ୍ରୟ କରୁଥିବା ତଦନ୍ତ ବେଳେ ଜଣା ପଡ଼ିଥିବା କହିଛନ୍ତି ଡ୍ରଗ୍ସ ନିରୀକ୍ଷକ ଚିନ୍ମୟ କୁମାର, ଏସଡିପିଓ ଓ ଥାନା ଅଧିକାରୀ। ତେବେ ଏହି ଜବତ ଆମ୍ପୁଲ ଗୁଡ଼ିକୁ ଟେଷ୍ଟିଂ ପାଇଁ ଭୁବନେଶ୍ବର ଡ୍ରଗ୍ସ ଟେଷ୍ଟିଂ ରିସର୍ଚ୍ଚ ଲାବରଟରୀକୁ ପଠାଯାଇଛି ବୋଲି କହିଛନ୍ତି ଡ୍ରଗ୍ସ ନିରୀକ୍ଷକ। ଏହା ସହ ଏହାର ବ୍ୟାଚ ନଂ ସଂପର୍କରେ ଉକ୍ତ କଂପାନୀକୁ ପଠାଯିବା ସହ ତଦନ୍ତ ଆରମ୍ଭ କରାଯାଇଛି। କେବଳ କୋରାପୁଟ ଜିଲ୍ଳାରେ ହିଁ ନୁହେଁ ଅନ୍ୟ ଜିଲ୍ଲାରେ ବି ଏଭଳି ରାକେଟ୍ ଚାଳିଥିବ। ତେବେ ଏହାର ଚେନକୁ ଭାଙ୍ଗିବା ପାଇଁ ଏବଂ ଏଥିରେ ଆଉ କିଏ କିଏ ସାମିଲ ରହିଛନ୍ତି, ଜିଲ୍ଲା ତଥା ଅଭିବକ୍ତ କୋରାପୁଟ ଜିଲ୍ଲାରେ ବି ଏହି କାରାବାର ଚାଳିଛି କି ତାହାର ତଦନ୍ତ ଜାରୀ ରହିଛି ବୋଲି କହିଛନ୍ତି ଏସଡିପିଓ, ଟାଉନଥାନା ଆଇଆଇସି ଓ ଡ୍ରଗ୍ସ ନିରୀକ୍ଷକ। ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯାଇ ବିଭିନ୍ନ ଦିଗ ଉପରେ ସଂପ୍ରତି ତଦନ୍ତ ଜାରୀ ରହିଛି।

ସମ୍ବନ୍ଧିତ ଖବର