ଦେବଗଡ଼: ଦେବଗଡ଼ ପୌରାଞ୍ଚଳରେ ଚଳନ୍ତା ଅଟୋ ମଧ୍ୟରୁ ଜଣେ ମହିଳାଙ୍କଠାରୁ ୨ଜଣ ଦୁର୍ବୃତ୍ତ ୫୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ତେବେ ମହିଳାଙ୍କ ଅଭିଯୋଗକ୍ରମେ ଦେବଗଡ଼ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସରତଳା ଗ୍ରାମର ଚନ୍ଦ୍ରକାନ୍ତି ନାୟକ ଦେବଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ। ସେହି ସମୟରେ ଦୁର୍ଗା ମନ୍ଦିର ରାସ୍ତାରେ ଏକ ବାଇକରେ ପିଛା କରୁଥିବା ୨ ଦୁର୍ବୃତ୍ତ ଚଳନ୍ତା ଅଟୋ ମଧ୍ୟରୁ ଚନ୍ଦ୍ରକାନ୍ତିଙ୍କ ଟଙ୍କା ଥିବା ବ୍ୟାଗ ଛଡ଼ାଇ ନେଇ ଫେରାର ହୋଇ ଯାଇଥିଲ।
ଏନେଇ ଚନ୍ଦ୍ରକାନ୍ତି ଦେବଗଡ଼ ଥାନାରେ ସୂଚନା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ କରିଥିବା ଜଣାପଡ଼ିଛି।