ଅନୁଗୁଳ: ଗତକାଲି ରାତିରେ ଅନୁଗୁଳ ସହରର ଅମଲା ପଡ଼ା ଠାରେ ଥିବା ଆଇ ଡି ବି ଆଇ ବ୍ୟାଙ୍କର ଏକ ଏଟିଏମ୍‌ ଲୁଟ୍‌ ହୋଇଛି। ସିକ୍ୟୁରିଟି ଗାର୍ଡ ନ ଥିବା ଏହି ଏଟିଏମ ଭିତରେ ପଶି କେତେକ ଦୁର୍ବୃତ୍ତ ଶାବଳରେ ଏଟିଏମକୁ ତାଡ଼ି ଲୁଟ୍‌ କରିଛନ୍ତି। ଦୁର୍ବୃତ୍ତମାନେ କେତେ ଟଙ୍କା ଲୁଟ୍‌ କରିଛନ୍ତି ତାହା ଜଣା ପଡ଼ି ନାହିଁ। ଆଜି ସକାଳେ ଏଟିଏମ ନିକଟର ଦୋକାନୀମାନେ ଏଟିଏମ ମେସିନ ଶବଳରେ ତଡ଼ା ଯାଇଥିିବା ଦେଖିବା ପରେ ପଲିିସକୁ ଖବର ଦେଇଥିଲେ। ଖବର ପାଇ ଅନୁଗୁଳ ମଡେଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ ଆଇଡିବିଆଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି। ସେମାନେ ଆସିବା ପରେ ଏଟିଏମରେ କେତେ ଟଙ୍କା ଥିଲା, କେତେ ଟଙ୍କା ଲୁଟ୍‌ ହୋଇଛି ତାହା ଜଣାପଡ଼ିବ ବୋଲି ପୁଲିସ କହିଛି।

Advertisment

publive-image
ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଏଟିଏମଗୁଡ଼ିକି ଏବେ ଲୁଟେରା ମାନେ ଟାର୍ଗେଟ କରିଛନ୍ତି। ଗତ ସପ୍ତାହରେ ବାଲେଶ୍ୱର ଜିଲ୍ଲା ନୀଳଗିରିର ଏକ ଏଟିଏମ ତାଡ଼ି ଦୁର୍ବୃତ୍ତମାନେ ଏଥିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଥିଲେ।।