ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ଉପକଣ୍ଠ ବିଭିନ୍ନ ଗ୍ରାମାଂଚଳରେ ଚଢ଼ଉ କରାଯାଇଥିଲା । ଚଢ଼ଉରେ ଏକ ବେଆଇନ ଦେଶୀମଦ ଭାଟିକୁ ନଷ୍ଟ କରାଯିବା ସହ ୪ଜଣଙ୍କୁ ଗିରଫ କରାଯାଇଛି ।

Advertisment

ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଆଜି ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼, ଗୁଡ଼ୁମ, ପରିଛଳ, ଗୋପିନାଥପୁର, ମଙ୍ଗଳପୁରରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉରେ ୪ଟି ଭିନ୍ନ ମାମଲାରେ ଏକ ବେଆଇନ ମଦ ଭାଟି ସମେତ ୨୫୦୦ ଲିଟର ଗୁଡ଼ପାଣି, ମଦ ତିଆରି ସାମଗ୍ରୀ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା । ଏହା ସହ ୨୫ଲିଟର ପୋଚ, ୯.୮ ଲିଟର ଦେଶୀମଦ ଜବତ କରାଯାଇଛି । ଖୋର୍ଦ୍ଧା ଅବକାରୀ ଥାନାରେ ଏନେଇ କେସ ନମ୍ବର ୧ ଠାରୁ ୪/୨୦୨୧ରେ ମଙ୍ଗଳପୁରର ଅନନ୍ତ ନାୟକ, ଗେପିନାଥପୁରର ପୁଷ୍ପାଂଜଳି ରାଉତରାୟ, ଗୁଡ଼ୁମର ପଙ୍କଜ ପ୍ରଧାନ, ରାମସିଂହପ୍ରସାଦର ଧୀରେନ ଛୁଆଳସିଂହଙ୍କ ବିରୋଧରେ ୪ଟି ଭିନ୍ନ ମାମଲା ରୁଜୁ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିବା ଇନ୍ସପେକ୍ଟର ଶ୍ରୀ ସାହୁ ସୂଚନା ଦେଇଛନ୍ତି ।