ଇବ୍ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ସ୍ଥିତ ଓପିଜିସିର ଇବ୍ ତାପଜ ବିଦ୍ୟୁତ କେନ୍ଦ୍ର ପରିସରରେ ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୟୁନିଟ ୧ ଓ ୨ର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏଫଜିଡି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ୭ଡିସେମ୍ବର ୨୦୧୫ରେ ପରିବେଶ ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟର ପରିବେଶ ସୁରକ୍ଷା ଆଇନରେ ହୋଇଥିବା ସଂଶୋଧନ ଅନୁସାରେ ସଲଫର ଡାଇଅକ୍ସାଇଡ ଓ ନାଇଟ୍ରସ୍ ଅକ୍ସାଇଡ଼କୁ ବାୟୁ ମଣ୍ଡଳକୁ ନିର୍ଗତ ପରିମାଣ କମ୍ କରିବା ପାଇଁ ସ୍ଥାପନ କରାଯାଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ୨୦୦୩ ଡିସେମ୍ବର ପୂର୍ବରୁ ନିର୍ମାଣ ହୋଇଥିବା ତାପଜ କେନ୍ଦ୍ରମାନଙ୍କ ପାଇଁ ୧୦୦ଏମ୍ଜି/ଏନ୍ଏମ୍ କ୍ୟୁବ୍, ନାଇଟ୍ରୋଜେନ ଅକ୍ସାଇଡ୍ ୬୦୦ଏମ୍ଜି/ଏନ୍ଏମ୍ କ୍ୟୁବ୍ ଓ ପାରଦ ୦.୦୩ଏମ୍ଜି/ଏନ୍ଏମ୍ କ୍ୟୁବ୍ ନିର୍ଦ୍ଧାରଣ କରାଯାଇଛି।
ଉକ୍ତ ନିର୍ଦ୍ଧାରିତ ସ୍ତରକୁ ୨୦୨୨କୁ ହାସଲ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟୁତ ବିଭାଗ ତରଫରୁ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି। ଏହି ପ୍ରକଳ୍ପ ପ୍ରତିଷ୍ଠା ଦ୍ଵାରା ବାୟୁ ପ୍ରଦୂଷଣ ହ୍ରାସ ପାଇବ ବୋଲି ଓପିଜିସି ତରଫରୁ କୁହାଯାଇଛି। ଏଫ୍ଜିଡି ପ୍ରକଳ୍ପର ଭିତ୍ତିପ୍ରସ୍ତର ଅବସରରେ ଆୟୋଜିତ ସଭାରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓପିଜିସିର ଚାରୋଟି ୟୁନିଟରେ ଉତ୍ପାଦନ ବୃଦ୍ଧି ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଓପିଜିସି ଇତିହାସ ସୃଷ୍ଟି କରିବ ବୋଲି କହିଥିଲେ। ଏ ଅବସରରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲାପାଳ ସରୋଜ ସାମଲ ମଞ୍ଚାସୀନ ଥିଲେ। କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାପାତ୍ର ସ୍ଵାଗତ ଭାଷଣରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଡାକରେକ୍ଟର ଅପରେସନ୍ ମାନସ ରଞ୍ଜନ ରାଉତ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/21-2.jpg)