କୁଚିଣ୍ଡା: କୁଚିଣ୍ଡା ତହସିଲ ଅର୍ନ୍ତଗତ ଦେବଗଡ ଜିଲ୍ଲା ରେଙ୍ଗାଲି ବୁଡି ଅଞ୍ଚଳରେ କିଛି ଲୋକଙ୍କୁ କୁଚିଣ୍ଡା ଅଞ୍ଚଳରେ ସରକାର ଜମି ଯୋଗାଇ ଦେଇଥିଲେ। ଜମି ମାଲିକମାନେ ଏ ଅଞ୍ଚଳରେ ନ ରହି ଦେବଗଡ ଅଞ୍ଚଳରେ ବସବାସ କରୁଥିଲେ। ଏହାର ସୁଯୋଗ ନେଇ କିଛି ଜମି ଦଲାଲ ସେମାନଙ୍କ ନାମରେ ମିଛରେ ଲୋକଙ୍କୁ କୋର୍ଟରେ ଛିଡାକରି ପାଓ୍ବାର ଅଫ ଏଟୋନମି ବାହାରକରି ଜମିଗୁଡିକ ବିକ୍ରି କରିଦେଇଛନ୍ତି।

Advertisment

ଏହି ପରି ଏହି ରେକେଟ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କ ଜମି ବିକ୍ରି କରି ବେଆଇନ ଟ୍ରାନଜେକସନ ହୋଇଥିବା ଜଣାପଡିଛି। ଦେବଗଡ ଅଞ୍ଚଳର ଦୁଇଜଣ ପୁର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଗୋବର୍ଦ୍ଧନ ସ୍ବାଇଁ କୁଚିଣ୍ଡା ତହସିଲକୁ ଜମିର ରେଭିନ୍ୟୁ ଜମା କରିବା ପାଇଁ ଆସିଥିବା ସମୟରେ ସେମାନଙ୍କ ନାମରେ ରହିଥିବା ଜମି ଅନ୍ୟ ନାମରେ ମାଲିକାନା ପରିବର୍ତ୍ତନ ହୋଇଥିବା ଜାଣି କୁଚିଣ୍ଡା ଥାନାରେ ଗତ ୨/୧୦/୨୦୨୦ ରେ ଏକ ଏତଲା ଦେଇଥିଲେ।

କୁଚିଣ୍ଡା ପୁଲିସ ଥାନାରେ ମୋକଦ୍ଦମା ନଂ୧୯୮ ଭାରତୀୟ ଦଣ୍ଡ ବିଧାନ ଆଇନଧାରା୪୧୯/୪୨୦/୪୬୭/୪୭୧/୩୪ଆଇପିସିରେ ମକଦ୍ଦମା ରୁଜ୍ଜୁ କରି ବୁରୋଡ଼ଡିହୀ ଗ୍ରାମର ସଂଜିତ ପଟେଲଙ୍କୁ ଗିରଫ କରି କୁଚିଣ୍ଡା ଏସଡିଜିଏମ କୋର୍ଟକୁ ଚାଲାଣ କରିଥିଲେ।

ସଂଜିତ ପଟେଲଙ୍କ ବୟାନ ରୁଜୁ କରି କୁଚିଣ୍ଡା ପୁଲିସ ବିପ୍ର ଭଇଂଷା ୪୯ ଓ ନିଜ ପରିଚୟ ଗୁପ୍ତ ରଖି ନିଜକୁ କୋର୍ଟରେ ବିପ୍ର ଭଇଂଷା ଙ୍କ ପ୍ରରୋଚନାରେ ନିଜକୁ ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁ ଓ ଗୋବର୍ଦ୍ଧନ ସ୍ବାଇଁ ପରିଚୟ ଦେଇ ଦସ୍ତଖତ କରିଥିବା ଉଜଲ କିସାନ ୫୦ ଓ ନନ୍ଦ କିସାନ ୫୫କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ସଂପୃକ୍ତ ଜଣେ ଓକିଲ ଦୀର୍ଘ ଦିନ ହେବ କୁଚିଣ୍ଡା ସହରରୁ ଫେରାର ହୋଇ ସାରିଛନ୍ତି।