ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ବିଦେଇପଡ଼ା ଗାଁର ମଶାଣିରୁ ସୋମବାର ଜଣେ ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ମହିଳାଙ୍କ ନାମ ସୁଭ୍ରକେଶି ରାଉତ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ସୁଭ୍ରକେଶି ରାଉତ ଗତ ୬ବର୍ଷ ହେବ ଶତ୍ରୁଘ୍ନ ରାଉତଙ୍କ ପୁଅ ମନରୋଞ୍ଜନ ରାଉତଙ୍କୁ ବିବାହ କରିଥିଲେ। ବିବାହ ଦିନଠାରୁ ଶାଶୁଘର ଲୋକ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଖବର ମିଳିଛି। ତେବେ ଆଜି ସେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଶାଶୁଘର ଲୋକ ତାଙ୍କୁ ପ୍ରାଥମିକ ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହାପରେ ସୁଭ୍ରକେଶିଙ୍କ ସ୍ୱାମୀ ଗାଁ ମାଶାଣିରେ ସ୍ତ୍ରୀଙ୍କ ମୃତଦେହକୁ ପୋଡ଼ି ଦେଉଥିଲେ। ସୁଭ୍ରକେଶିଙ୍କ ପରିବାରଲୋକ ଏଖବର ପାଇବା ପରେ ପୁଲିସକୁ ଜଣାଥିଲେ। ଶାଶୁଘର ଲୋକ ଝିଅକୁ ଯୌତୁକ ନିର୍ଯାତନା ପାଇଁ ମାରି ଦେଇଥିବା ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜୁଇ ଲିଭାଇ ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Large_bonfire.jpg)