ଟ୍ରାକ୍ଟର ଓଲଟି ୧୫ ରୁ ଅଧିକ ମହିଳା ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଫୁପୁଗାଁ ନିକଟରେ ଟ୍ରାକ୍ଟର ଓଲଟି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଦୁର୍ଘଟଣା ହେବା ଫଳରେ ଟ୍ରାକ୍ଟରରେ ଯାଉଥିବା ୧୫ ରୁ ଅଧିକ ମହିଳା ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ମହିଳାଙ୍କୁ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଉକ୍ତ ମହିଳାମାନେ ଝରିଗାଁ ବ୍ଲକ ପୂର୍ଣ୍ଣ ଗୁଡାରୁ ଭାଲୁକାନାଡି ଗାଁକୁ ମକା ଭାଙ୍ଗିବାକୁ ଟ୍ରାକ୍ଟର ଡାଲାରେ ୩୦ରୁ ଅଧିକ ମହିଳା ଅସୁରକ୍ଷିତ ଅବସ୍ଥାରେ ଯାଉଥିଲେ । ଦୁର୍ଘଟଣା ଖବର ଶୁଣି ଗ୍ରାମବାସୀମାନେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର