ଭବାନୀପାଟଣା: ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚହକା ପଞ୍ଚାୟତର ମାକ୍ରିପଡାର ୫ ଜଣ ବୁଧବାର ସନ୍ଧ୍ୟାରେ ତେଲନଦୀକୁ ମାଛ ଧରିବାକୁ ଯାଇଥିଲେ। ତେବେ ହଠାତ୍ ନଦୀ ଜଳ ବୃଦ୍ଧି ପାଇବା ଯୋଗୁଁ ନଦୀ ଭିତରେ ସେମାନେ ଫସି ଯାଇଥିଲେ। ରାତି ପ୍ରାୟ ୧୦ଟାରେ ସେମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଦମକଳ ବାହିନୀ ସହାୟତାରେ ଉଦ୍ଧାର କରାଯାଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସଦର ବ୍ଲକର ମାକ୍ରିପଡା ଗ୍ରାମର ସୁନୀଲ ବାଗ (୧୨), ପିନୁ ନାଏକ (୧୩), ରାହୁଲ ବାଗ (୧୩), କବିରାଜ ଛୁରା (୨୨), ଅଜୟ କୁମାର(୨୧) ଆଜି ସଂନ୍ଧ୍ୟାରେ ନିକଟସ୍ଥ ତେଲନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ହଠାତ୍ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ସେମାନେ ନିରୂପାୟ ହୋଇ ଏକ ଉଚ୍ଚ ସ୍ଥାନରେ ଫସି ରହିଥିଲେ। ଗାଁଲୋକେ ବ୍ଲକ ପ୍ରଶାସନକୁ ଖବର ଦେବା ପରେ ଭବାନୀପାଟଣା ସଦର ଏବିଡିଓ ଶ୍ରୀଧର ପଣ୍ଡା ଦମକଳ ବାହିନୀକୁ ଖବର ଦେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ ରାତି ପ୍ରାୟ ୧୦ଟାରେ ସମସ୍ତଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଥିଲା।
ତେଲନଦୀରେ ଫସିଥିବା ୫ ଜଣ ଉଦ୍ଧାର
/sambad/media/post_attachments/wp-content/uploads/2017/09/kld21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)