ଜମନକିରା : ବଡ଼ରମା ବନବିଭାଗ ପୁରୁଣା ପ୍ଲାଷ୍ଟିକ ଆବର୍ଜନା ବସ୍ତା ତଳେ କେନ୍ଦୁକାଠ ଭର୍ତ୍ତି କରି ଚୋରା ଚାଲାଣ କରୁଥିବା ଟ୍ରକକୁ ଜବତ କରିବାରେ ସଫଳ ହୋଇଛି। ସମ୍ବଲପୁରରୁ କଲିକତା ଅଭିମୁଖେ ଯାଉଥିବା ପ୍ଲାଷ୍ଟିକ ବୋଝେଇ ଟ୍ରକ ଭିତରେ କେନ୍ଦୁକାଠ ଚୋରା ଚାଲାଣ ହେଉଥିବା ବଡ଼ରମା ରେଞ୍ଜ ଅଫିସର ରେଶ୍ମା ଜାମୁଡ଼ାଲିଆଙ୍କୁ ସୂଚନା ମିଳିଥିଲା। ଗୁରୁବାର ରାତି ୯ଟା ୩୦ରେ ରେଞ୍ଜ ଅଫିସରଙ୍କ ନେତୃତ୍ୱରେ ଗୌଡ଼ପାଲି ଫରେଷ୍ଟର ରେଖାରାଣୀ ମହାନନ୍ଦ, ସୁଶାନ୍ତ ଦ୍ବିବେଦୀ ପ୍ରଭୃତି ସଦଳବଳେ ଟ୍ରକ୍ଗୁଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ସମ୍ବଲପୁରରୁ କଲିକତା ଅଭିମୁଖେ ଯାଉଥିବା ପ୍ଲାଷ୍ଟିକ ବୋଝେଇ ଏକ ଟ୍ରକ୍ ( ସିଜି ୧୫ ଏସି-୧୦୩୧)କୁ ଅଟକାଇ ଯାଞ୍ଚ କରିଥିଲେ। ଗଦା ହୋଇ ରହିଥିବା ପୁରୁଣା ପ୍ଲାଷ୍ଟିକ ବସ୍ତା ଭିତରେ ୪ ଫୁଟ୍ ଲମ୍ବର ୧୦୩ ଖଣ୍ଡ କେନ୍ଦୁକାଠ ଥିବା ଦେଖିବାକୁ ମିଳିଥିଲା। ଟ୍ରକକୁ ଅଟକାଇ ଯାଞ୍ଚ କରିବା ବେଳେ ଡ୍ରାଇଭର୍ ଓ ହେଲପର ଫେରାର ମାରିଥିଲେ।
ପ୍ଲାଷ୍ଟିକ୍ ଆବର୍ଜନା ବସ୍ତା ତଳେ ଚୋରା କେନ୍ଦୁକାଠ ଚାଲାଣ
/sambad/media/post_attachments/wp-content/uploads/2021/05/WhatsApp-Image-2021-05-21-at-21.36.29.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)