ଜୟପୁର: ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଅମିତ କୁମାର ଦାଶଙ୍କର ଗତ କାଲି ରାତି ୨ଟା ବେଳେ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୩୫ବର୍ଷ ବୟସ ହୋଇଥିଲା। କୋଭିଡରେ ସଂକ୍ରମିତ ହୋଇ ଗତ ୧୭ତାରିଖରୁ ସେ ଜୟପୁର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତ କିଛି ଦିନ ହେବ ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଆଇସିୟୁ ଓ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା।
ଏହି ଖବର ପ୍ରଚାର ହେବା ପରେ ସହରରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଘରେ ମା, ପତ୍ନୀ, ୨ବର୍ଷର ଝିଅ ସହ ଅମିତ ରହୁଥିଲେ। ଗତ କିଛି ଦିନ ତଳେ ସେ ଛୁଟିରେ ରହି ପରିବାରର ଜଣକର ଚିକିତ୍ସା କରାଇବା ପାଇଁ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜରେ ରହିଥିଲେ। ଏହି ସମୟରେ ସେ ନିଜର ପରୀକ୍ଷା ବି କରାଇଥିଲେ। ଆଣ୍ଟିଜେନରେ ନେଗେଟିଭ୍ ଆସିଥିଲା। ଘରକୁ ସେ ୧୭ତାରିଖ ଦିନ ଫେରିବା ବେଳେ ଆରଟିପିସିଆରରେ ପଜିଟିଭ୍ ଆସିଥିଲା। ଏହା ପରେ ସେ କୋଭିଡ୍ ହସ୍ପିଟାଲରେ ଯାଇ ଭର୍ତ୍ତି ହୋଇଥିଲେ।
ଗତ ୫ଦିନ ହେବ ସେ ଅଚାନକ ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ଗତ କାଲି ରାତି ୨ଟା ବେଳେ ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଏବିଇଓ ହରିଶ୍ଚନ୍ଦ୍ର ରାଓ। ସେ ଜଣେ ଧର୍ମପରାୟଣ, ପରୋପକାରୀ, ମିଷ୍ଠଭାଷୀ, ମେଳାପୀ, ହସହସ ମୁହଁର ଯୁବକ ଭାବେ ସହର ସହ କାର୍ଯ୍ୟାଳୟରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଜିଲ୍ଲା ଶିକ୍ଷାଅଧିକାରୀ ରାମ ଚନ୍ଦ୍ର ନାହାକ, ବିଇଓ , ଏବିଇଓଙ୍କ ସହ ଶିକ୍ଷକ ମାନେ ଶୋକପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/jpr-amit-dash-1.jpg)
