କଟକ: ବିଶ୍ୱ ବେସ୍ବଲ୍ ମହାସଂଘ ସଭାପତି ରିକାର୍ଡୋ ଫ୍ରାକାରି ଭାରତରେ ପହଞ୍ଚିଛନ୍ତି। ସେ ପେସାଦାର ଭାରତୀୟ ବେସ୍ବଲ୍ ମହାସଂଘର ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି। ରିକାର୍ଡୋ ଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଅବସରରେ ଶ୍ରୀ ମହାନ୍ତି ତାଙ୍କୁ ସମ୍ବର୍ଧିତ କରିଥିଲେ। ସେଠାରେ ଅଲିମ୍ପିକ୍ସ ପାଇଁ ଭାରତୀୟ ବେସ୍ବଲ୍ ମହାଂସଘର ପ୍ରସ୍ତୁତି ସମ୍ପର୍କରେ ସେ ବିଭିନ୍ନ କର୍ମକର୍ତ୍ତାଙ୍କୁ ପଚାରି ବୁଝିଥିଲେ। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଭାରତକୁ ଯଥା ସମ୍ଭବ ସହାୟତା ଯୋଗାଇଦେବାକୁ ରିକାର୍ଡେ ପ୍ରତିଶ୍ରୁତି ଦେଇଛନ୍ତି। ଭାରତୀୟ ଅଲିମ୍ପିକ ସଂଘର ସଂପାଦକ ରାଜୀବ ମେହେତା, ସାଇ ମହାନିର୍ଦଶକ ଆଇ ଶ୍ରୀନିବାସ, ପେସାଦାର ବେସ୍ବଲ୍ ମହାସଂଘର ସାଧାରଣ ସମ୍ପାଦକ ସୁଧୀର ମହେନ୍ଦ୍ରୁଙ୍କ ସହିତ ରିକାର୍ଡୋ ସାକ୍ଷାତ ଆଲୋଚନା କରିଥିବା ସୂଚନା ଦିଆଯାଇଛି।
ବିଶ୍ୱ ବେସ୍ବଲ୍ ମହାସଂଘ ସଭାପତି ରିକାର୍ଡୋଙ୍କ ଭାରତ ଆଗମନ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)