ଧଉଳି:ଧଉଳି ଥାନା ଅଧୀନ ସରଦେଇପୁର ସ୍ଥିତ ଡାକବଙ୍ଗଳା ପରିସରରେ ଜୟଦେବ ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡ଼ି ସଂଖ୍ୟାଲଘୁ ସଂପ୍ରଦାୟର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲିଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ବୈଠକରେ ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ବାଲିପାଟଣା ବିଧାୟକଙ୍କ ପ୍ରତିନିଧି ପ୍ରତାପକେଶରୀ ନାୟକ ,୧୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ପୁରୁଖା ନେତା ମୀର ନାଶିର ଅଲ୍ଲୀ ଓ ଯୁବନେତା ଅରବିନ୍ଦ ସାହୁଙ୍କ ସମେତ ବହୁ ମୁସଲମାନ ସଂପ୍ରଦାୟର ମୁରବି ଓ ନେତୃବର୍ଗ ସମ୍ମିଳନୀରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

Advertisment

ଏହି ଅବସରରେ ଉପସ୍ଥିତ ସଂଖ୍ୟାଲଘୁ ସଂପ୍ରଦାୟର ନେତୃବର୍ଗ ସେମାନଙ୍କର ବହୁବିଧ ସମସ୍ୟା ସଂପର୍କରେ ବିଧାୟକ ଶ୍ରୀ ଢାଲିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ପ୍ରଶାସନିକ ସ୍ତରରେ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ଏଥିସହିତ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବିଗୁଲ ବାଜି ସାରିଥିବା ବେଳେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏଥିସହିତ ଦଳ ପକ୍ଷରୁ ନିଜ ପଞ୍ଚାୟତ ଲାଗି ସରପଞ୍ଚ , ସମିତି ସଭ୍ୟ , ୱାର୍ଡ଼ମେମ୍ବର ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ବ୍ୟକ୍ତିମାନେ ତୃଣମୂଳ ତଥା ବୁଥ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ନେଇ ଗୁରୁ ଦାୟିତ୍ବ ରହିଛି ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ରକ୍ତଦାନ ଶିବିରରୁ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।