ଅଳକା ଉଚ୍ଚବିଦ୍ୟାଳୟର ୧୯୮୪ ମସିହା ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

 

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଅଳକା ଉଚ୍ଚବିଦ୍ୟାଳୟର ୧୯୮୪ ମସିହା ବ୍ୟାଚର ଏକ ବନ୍ଧୁକମିଳନ ଉତ୍ସବ ସୁଭେନ୍ଦୁ ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ ଉତ୍ସବ ଅବସରରେ ପ୍ରଥମ ସେହି ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ଯେଉଁମାନେ ଆଉ ଏହି ଦୁନିଆରେ ନାହାନ୍ତି।

ପୂର୍ବତନ ଶିକ୍ଷକ ସତ୍ୟନାରାୟଣ ମିଶ୍ର, ହରି ମଲ୍ଲିକ୍‌, ଉପେନ୍ଦ୍ର ମହାପାତ୍ର, ଅନାମ ବେହେରା, ନିରୁପମା ପତି ସମେତ ଗୁରୁଙ୍କୁ ପୂଜା କରି ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀଧର ସାହୁ, ଗଣେଶ ବେହେରା, ପ୍ରଶାନ୍ତ ଓଝା, ଅଜୟ କୁମାର ବେହେରା, ଲକ୍ଷ୍ମିପ୍ରସାଦ ବେହେରା, ଦିଲିପ୍‌ କୁମାର ସାହୁ, ବିଶ୍ୱନାଥ ବେହେରା, ପଞ୍ଚନନ ସିଂ, ଅଭିମନ୍ୟୁ ରାଉତ, ସରୋଜିନି ଦାସ୍‌, ପ୍ରିୟମ୍ବଦା ସିଂ, ମମତାମୟୀ ସିଂ, ସୁପ୍ରିୟା ରାଉତ, ବୈଜୟନ୍ତିବାଳ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଅଜୟ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର