ଆଠଟି ବାଇକ୍‌ ଲୁଟ କରିଥିବା ଲୁଟେରା ଗିରଫ

ଫୁଲବାଣୀ: କନ୍ଧମାଳ ଫୁଲବାଣୀ ଟାଉନ୍‌ ପୁଲିସ ଆଠଟି ବାଇକ୍‌ ଲୁଟ କରିଥିବା ତିନିଜଣ ଲୁଟେରାକୁ ଗିରଫ କରିଛି। ଏହି ଲୁଟେରାଙ୍କ ନାମ ସରୋଜ କୁମାର ବେହେରା, ସଚିନ୍‌ କୁମାର ଜେନା ଓ ଶଙ୍କର ଦିଗ୍‌ଲ ବୋଲି ଜଣାପଡ଼ିଛି। ତେବେ ଫୁଲବାଣୀ ଟାଉନ୍‌ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଏହି ତିନିଜଣ ଲୁଟେରାଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ତିନିଜଣଙ୍କ ଘରୁ ଲୁଟ ହୋଇଥିବା ଆଠଟି ଗାଡ଼ିକୁ ଜବତ କରିବା ସହିତ ତିନିଜଣ ଲୁଟେରାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର