ଏଏନ୍‌ଏମ୍‌ ତାଲିମ କେନ୍ଦ୍ର ଛାତରୁ କଂକ୍ରିଟ୍‌ ଖସି ଛାତ୍ରୀ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ହସ୍‌ପିଟାଲ୍‌ ପରିସରରେ ଥିବା ଏଏନ୍‌ଏମ୍‌ ତାଲିମ କେନ୍ଦ୍ର ଛାତରୁ ଆଜି କଂକ୍ରିଟ୍‌ ଖସି ଜଣେ ଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରୀଙ୍କ ନାମ ସୁକାନ୍ତି ବିନ୍ଧାଣୀ ସେ ଦ୍ୱିତୀୟବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସୁକାନ୍ତି ବିନ୍ଧାଣୀ ୧୨ଟା ସମୟ ପାଖାପାଖି ହେବ ବାଥ୍‌ରୁମ୍‌କୁ ଯାଇଥିଲେ। ଏହି ସମୟରେ ତାଙ୍କ ଉପରେ ଛାତ୍ରରୁ କଂକ୍ରିଟ ଖସି ପଡ଼ିଥିଲା। ଏବଂ ସେ ଆହତ ହୋଇଥିଲେ। ସାଙ୍ଗପିଲାମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ହସ୍‌ପିଟାଲ ନେଇ ଯାଇଥିଲେ।

ଏଏନ୍‌ଏମ୍‌ ତାଲିମ କେନ୍ଦ୍ରରେ ପାଖାପାଖି ୮୦ଜଣ ଛାତ୍ରୀ ତାଲିମ ନେଉଛନ୍ତି। ଏହି ଘଟଣାକୁ ନେଇ ଛାତ୍ର୍ରୀମାନେ ଆଜି ସିଡିଏମ୍‌ଙ୍କୁ ଘେରାଉ କରି ତାଲିମ କେନ୍ଦ୍ରର ଛାତ ମରାମତି କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର