କେନ୍ଦ୍ରାପଡ଼ା: ଗୋବରୀ ନଦୀରେ ଡଙ୍ଗାବୁଡି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବିଜୟନଗର ଘାଟ ନିକଟସ୍ଥ ଗୋବରୀ ନଦୀରେ ସୋମବାର ଅପରାହ୍ନରେ ଏକ ଡଙ୍ଗା ବୁଡିଯାଇଥିଲା। ଡଙ୍ଗାରେ ଯାତ୍ରୀ କରୁଥିବା ୧୭ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଡଙ୍ଗାରେ ଥିବା ୬ଟି ବାଇକ୍‌ ଓ ୪ଟି ସାଇକେଲ ପାଣି ଭିତରେ ବୁଡି ଯାଇଛି। ସମସ୍ତ ବାଇକ୍‌ ଓ ସାଇକେଲକୁ ପାଣି ଭିତରୁ ବାହାର କରାଯାଉଛି। ଉଦ୍ଧାରକାର୍ଯ୍ୟ ଏବେ ବି ଜାରି ରହିଛି। ତେବେ ବେଆଇନ୍‌ ଭାବେ ଏହି ଘାଟ ଚାଲିଥିବା ଖବର ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍‌ ଅନ୍ତର୍ଗତ ହୁକିଟୋଲାରୁ ପିକ୍‌ନିକ୍‌ରୁ ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗଭୀର ପାଣି ଭିତରେ ବୁଡି ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା।

ସମ୍ବନ୍ଧିତ ଖବର