ଗୁଳି କରି ଦୁର୍ବୃତ୍ତ ଲୁଟି ନେଲେ ୭ଲକ୍ଷ ଟଙ୍କା

ପାରାଦୀପ: ପାରାଦୀପ ଇଫକୋ ଛକରେ ଶୁକ୍ରବାର ଅପରାହ୍ନରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ କରି ଦୁର୍ବୃତ୍ତ ୭ଲକ୍ଷ ଟଙ୍କା ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଗୁଳିକାଣ୍ଡରେ ତିର୍ତ୍ତୋଲ ଥାନା ପରୁଡି ଗ୍ରାମର ସଞ୍ଜୟ ଦାଶ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କର ଡାହାଣ ଗୋଡରେ ଗୁଳି ବାଜିଥିବାରୁ ସେ ଆହତ ହୋଇ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ଗୁଳିକାଣ୍ଡରେ ଆହତ ହୋଇଥିବା ସଞ୍ଜୟ ଦାଶ ଦୀର୍ଘଦିନ ହେବ ଏଟିଏମ୍‌ରେ ଟଙ୍କା ଭର୍ତ୍ତୀ କରାଇବା ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଆଜି ସେ ଇଫକୋ ଛକସ୍ଥିତ ସାହୁ କପ୍ଲେକ୍ସର ମୁଥଡ ଫାଇନାସ୍‌କୁ ଯାଉଥିବା ବେଳେ ପ୍ରଥମେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ପଛପଟୁ କାବୁ କରି ଟଙ୍କା ଭର୍ତ୍ତୀ ବ୍ୟାଗକୁ ଛଡାଇବାକୁ ଚେଷ୍ଟା କରିଥିଲେ। ଗୁଳି କରି ତାଙ୍କଠାରୁ ବ୍ୟାଗ ଲୁଟି ନେଇଥିଲେ। ସଞ୍ଚୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାରଦୀପ ପୋର୍ଟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର