ଛାତ୍ର ବୃତ୍ତିର ଉଚ୍ଛେଦ, ଜିଏସ୍‌ଟି ବିରୋଧ ସହିତ ସର୍ବନିମ୍ନ ମଜୁରୀ ଦାବି କରି ବିଶାଳ ସମାବେଶ

କୁଚିଣ୍ଡା: ସୋମବାର ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ମଜୁରୀ ଅନୁଯାଇ ଦରମାହାର ବ୍ୟତିକ୍ରମ, କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ଛାତ୍ର ବୃତ୍ତି ଉଚ୍ଛେଦ ଏବଂ କେନ୍ଦ୍ର ଓ ରାଜ୍ୟ ସରକାର କେନ୍ଦୁପତ୍ର ଜିଏସ୍‌ଟି ଉଚ୍ଛେଦ ତଥା ହ୍ରାସ ଦାବିରେ ଏକ ବିଶାଳ ପ୍ରତିବାଦ ସମାବେଶ ଉପଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ସଂଘର ସଭାପତି ବିଜୟ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ସ୍ଥାନୀୟ ଶ୍ରମିକ ଭବନରୁ ବିଭିନ୍ନ ଦାବି ସମ୍ବଳିତ ପ୍ଲେକାର୍ଡ ଏଚଏମ୍‌ଏସ୍‌ ଲାଲ ପତାକା ସହ ଏକ ଶୋଭାଯାତ୍ରାରେ ଡିଭିଜନ ସମ୍ପାଦ୍‌ କୀର୍ତ୍ତନ ସେନାପତି, ରାଜ୍ୟ ସମ୍ପାଦକ ଗୋକୁଳ ମେହେର, ଯୁଗ୍ମ ସମ୍ପାଦକ ଯୋଗ ପରିଡା, ରାଜ୍ୟ ଏଚ.ଏମ.ଏସ ସମ୍ପାଦକ ସହମ୍ମଦ ମୃତୁଜା, ଶ୍ୟାମ ସୁନ୍ଦର ପଣ୍ଡା, ପଦ୍ମାବତୀ କିସାନ, ପହ୍ଲବୀ ପଟେଲ, ବିଳାସ କିସାନ, ଟିକେଶ୍ୱରୀ କାଲୋ, ମିଲନ ପଟେଲ, ଦଇତାରୀ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ସଭା ଅନୁଷ୍ଠିତ ହୋଇଥିଲା।

ସଭାରେ ବିଜୟ ମହାନ୍ତି, ମହମ୍ମଦ ମୃତୁଜା, ସରୋଜ ମହାନ୍ତି, ଯୋଗ ବିହାରୀ ପରିଡା ପ୍ରମୁଖ ବିଭିନ୍ନ ଦାବି ଉପରେ ଆଲୋଚନା କରି ଏକ ଦାବି ପତ୍ରକୁଚିଣ୍ଡା ଉପଜିଲ୍ଲାପାଳ ବିଶ୍ୱ ରଞ୍ଜନ ନାୟକ ଓ ଡିଏଫଓଙ୍କୁ ପ୍ରଦାନ କରିଥିଲେ। ଫେବ୍ରୁଆରି ଶେଷ ସପ୍ତାହ ସୁଦ୍ଧା ଦାବି ପୁରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର