ଜିଲ୍ଲାପାଳ ଜନଶୁଣାଣି କାର୍ଯ୍ୟକ୍ରମରେ ନପହଞ୍ଚିବାରୁ ତାତିଲେ ଲୋକେ

କୋଣାର୍କ: ସୋମବାର ନିମାପଡ଼ା ବ୍ଲକ୍‌ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଥିଲା। ତେଣୁ ଆଜି ସକାଳୁ ବହୁ ସଂଖ୍ୟାରେ ଅଭିଯୋଗକାରୀ ନିମାପଡ଼ା ବ୍ଲକ୍‌ ପରିସରରେ ପହଞ୍ଚିଥିଲେ। ତେବେ ଆଜି ଜିଲ୍ଲାପାଳ ନଆସିବାରୁ ଜନଶୁଣାଣି ହୋଇ ପାରି ନଥିଲା। କାରଣ ନଜଣାଇ ଅଭିଯୋଗ ଶୁଣାଣି ହଲ ବନ୍ଦ କରିଥିବାରୁ ଲୋକେ ଏଥିରେ ଉତକ୍ଷିପ୍ତ ହୋଇ ଯାଇଥିଲେ। ତେଣୁ ଅଭିଯୋଗକାରୀ ଉତ୍ତ୍ୟେକ୍ତ ହୋଇ ତହସିଲଦାର ଓ ବିଡିଓ ଥିବା ଅଭିଯୋଗ ଶୁଣାଣି ହଲ୍‌ର ଗେଟ ବନ୍ଦ କରି ଦେଇଥିଳେ। ଏଥିସହିତ ନିମାପଡ଼ା ବ୍ଲକ୍‌ ଆଗରେ ଶତାଧିକ ଲୋକେ ଜମା ହୋଇ ଉତ୍ତେଜନା କରିଥିଲେ।

ସମ୍ବନ୍ଧିତ ଖବର