ଜୟପୁର ପୌରପାଳିକାରେ ବର୍ଷକ ପରେ ହେଲା ୧୦କୋଟି ଟଙ୍କାର ୮୫ଟି ଟେଣ୍ଡର

 ଜୟପୁର: ସହରର ମୁଖ୍ୟରାସ୍ତା ଠାରୁ ଆରମ୍ଭ କରି ବିଭିନ୍ନ ସାହି, ଗଳିର ରାସ୍ତା ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଥିଲା। ରାସ୍ତାଗୁଡ଼ିକରୁ ପିଚୁ ସବୁ ଉଠିଯାଇଥିଲା। ନାଳ ଗୁଡିକରେ ମାଟି ଜମା ହୋଇ ପାଣି ଯାଉ ନଥିଲା।  ଜୈନେକ ଠିକାଦାର ୨୩ଟି କାମ ନେଇ  କିଛି କରୁ ନଥିଲେ। ଏପରିକି ପୌରପାଳିକା ଏହାକୁ ନେଇ ମାନ୍ୟବର ହାଇକୋର୍ଟର ଦ୍ବାରସ୍ଥ ବି ହେବାକୁ ପଡ଼ିଥିଲା। ବିଭିନ୍ନ ସାହି ବାସିନ୍ଦା ରାସ୍ତାଘାଟକୁ ନେଇ ତ୍ରାହିତ୍ରାହି ଡାକୁଥିଲେ। ଛୋଟ ବଡ଼ ଦୁର୍ଘଟଣା ହେବ ନିୟମିତ  ପାଲଟିଥିଲା। ତେବେ ଏହାରି ମଧ୍ୟମରେ ମାନ୍ୟବର ହାଇକୋର୍ଟ ସବୁ କାମ କରିବାକୁ ନିର୍ଦେଶ ଦେଇଥିଲେ।

ଏବେ ପୌରପାଳିକା ପକ୍ଷରୁ ପ୍ରାୟ ୧୦କୋଟି ଟଙ୍କାର ୮୫ଟି ରାସ୍ତା ଓ ନାଳ କାମ କରିବାପାଇଁ ଟେଣ୍ଡର ସରିଛି। ଅଳ୍ପ ଦିନ ମଧ୍ୟରେ କାମ ବି ଆରମ୍ଭ ହେବ ବୋଲି ସୂଚନା ମିଳିଛି। ପୌରପାଳିକା ଇତିହାସରେ ପ୍ରଥମ କରି ୧୦କୋଟି ଟଙ୍କାର ୮୫ଟି ପ୍ରକଳ୍ପ କାମ ପାଇଁ ଟେଣ୍ଡର ସରିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ। ଆହୁରି ୨୦ଟି କାମ ୩କୋଟି ଟଙ୍କାରେ କରାଯିବାର ଯୋଜନା ରହିଛି ବୋଲି କହିଛନ୍ତି ଶ୍ରୀ ସୟହେମକାନ୍ତ ସୟ। ଏହାକୁ ସାଧାରଣରେ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର