ଠିକା ଶ୍ରମିକ ଶୋଷଣ ପ୍ରତିବାଦରେ ବିକ୍ଷୋଭ

ରାଉରକେଲା: ଠିକା ଶ୍ରମିକଙ୍କୁ ଶୋଷଣ ପ୍ରତିବାଦରେ ସି ଆଇ ଟି ୟୁ ନେତ୍ବତ୍ବରେ ଦେଶବ୍ୟାପୀ ଇସ୍ପାତ ଶିଳ୍ପରେ କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକମାନଙ୍କ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ଖଣିରେ କାମ କରୁଥିବା ସ୍ଥାୟୀ ଓ ଠିକା ଶ୍ରମିକମାନଙ୍କ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଷ୍ଟିଲ ଏମ୍ପ୍ଳୋଇଜ ଟ୍ରେଡ ୟୁନିୟନ ଓ ରାଉରକେଲା କଣ୍ଟ୍ରାକ୍ଟର ଓରକର୍ସ ୟୁନିୟନ, ସି ଆଇ ଟି ୟୁ ପକ୍ଷରୁ ରାଉରକେଲା ଇସ୍ପାତ କାରଖାନା ବିଶ୍ରା ଛକ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଇସ୍ପାତ ଶ୍ରମିକଙ୍କ ସହ ଠିକା ଶ୍ରମିକଙ୍କ ଏନ୍ ଜେ ସି ଏସ୍ ରେ ତୁରନ୍ତ ମଜୁରୀ ଚୁକ୍ତିନାମା କରିବା, ଠିକା ଶ୍ରମିକଙ୍କୁ ଅଫିସର ଓ ଠିକାଦାର ଙ୍କ ଶୋଷଣ ବନ୍ଦ କରିବା ସହ ମୂଳ ଦରମା ଉପରେ ବେତନ ବୃଦ୍ଧି କରିବା, କେନ୍ଦ୍ର ସରକାରଙ୍କ ନିର୍ଧାରିତ ସର୍ବନିମ୍ନ ମଜୁରି ପ୍ରଦାନ କରିବା, ଶ୍ରମିକ ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଥିବା ଶ୍ରମିକମାନଙ୍କର ଆକ୍ରୋଶମୂଳକ ଭାବେ ଗେଟ୍ ପାସ୍ ବନ୍ଦ କରିବା ବିରୋଧରେ, ସମସ୍ତ ଠିକା ଶ୍ରମିକଙ୍କ ସର୍ବନିମ୍ନ ୧୦ ଲକ୍ଷ ଟଙ୍କାର ଗୋଷ୍ଠୀ ବୀମାକୁ ସୁନିଶ୍ଚିତ କରିବା।

ଇସ୍ପାତ ଶ୍ରମିକଙ୍କ ୧୩ % ଏମ୍ ଜି ବି ଉପରେ ଦୁଇଟି ଇନକ୍ରିମେଣ୍ଟ,୩୯ ମାସରେ ଏରିଅର, ରାତ୍ରୀକାଳୀନ ଭତ୍ତା ଓ ଏଚ୍ ଆର୍ ଏ ପ୍ରଦାନ ସହ ଏନ୍ ଜେ ସି ଏସ୍ ଚୁକ୍ତିନାମା, ଗ୍ରାଚ୍ୟୁଇଟି ସିଲିଂ ପ୍ରତ୍ୟାହାର କରିବା ,ଅଫିସରମାନେ ପାଉଥିବା ପିଆରପିର ସର୍ବନିମ୍ନ ଦେୟ ବୋନସ ବାବଦରେ ପ୍ରଦାନ ଆଦି ଦାବୀରେ ଆଜି ରାଉରକେଲାରେ ବିକ୍ଷୋଭ ହୋଇଥିଲା। ଏହି ଦାବୀରେ ଆସନ୍ତା ୧୨ରେ ଇସ୍ପାତ ନଗରୀ ଠାରେ ସ୍ଥାୟୀ ଓ ଠିକା ଶ୍ରମିକ ମାନଙ୍କ ଜାତୀୟ କନ୍‌ଭେନସନ ଅନୁଷ୍ଠିତ ହେବାକୁ ଯାଉଛି। ବିକ୍ଷୋଭରେ ଷ୍ଟିଲ ଏମ୍ପ୍ଳୋଇଜ ଟ୍ରେଡ ୟୁନିୟନର ସାଧାରଣ ସମ୍ପାଦକ ବସନ୍ତ ନାୟକ, ରାଉରକେଲା କଣ୍ଟ୍ରାକ୍ଟର ଓରକର୍ସ ୟୁନିୟନର ସାଧାରଣ ସମ୍ପାଦକ ବିମାନ ମାଇତି, ଉପସଭାପତି ଶ୍ରୀମନ୍ତ ବେହେରା, ସଂପାଦକ ବି ପି ମହାପାତ୍ର, ରାଜ କିଶୋର ପ୍ରଧାନ, ଅଜୟ ଶର୍ମା, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ସୁରେନ୍ଦ୍ର ମହାନ୍ତି, ପ୍ରଦିପ ସେଠୀ, ସଚିନ୍ ରାୟ, ବିଦ୍ୟାଧର ନାୟକ, ଜେଗ୍ୟେଶ୍ଵର ସାହୁ ,ବଛିରାମ ବେହେରା, ବସନ୍ତ ପାଢ଼ୀ ,ଜି କେ ନାୟକ, ବ୍ରଜ ଵେହୁରିଆ, ଜଗବନ୍ଧୁ ରାଉତ, ସୁରେନ୍ଦ୍ର ବେହେରା, ସାଗର ଛୋଟରାୟ, ରୁଷି ଜେନା ପ୍ରମୁଖ ଆନ୍ଦୋଳନର ନେତ୍ବତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର