ଡେଲାଙ୍ଗ ଷ୍ଟେସନ୍‌ରୁ କଟା ମୁଣ୍ଡ ମିିଳିବା ଘଟଣାରେ ଯୁବକ ଗିରଫ, ସ୍ୱାମୀ ସାଜିଥିଲା ସ୍ତ୍ରୀର ହତ୍ୟାକାରୀ

ଡେଲାଙ୍ଗ: ପୁରୀରେ ଟ୍ରେନ୍‌ ଟଏଲେଟରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଏବଂ ଡେଲାଙ୍ଗ ଷ୍ଟେସନ୍‌ ନିକଟ ରେଳଧାରଣାରୁ ମୁଣ୍ଡ ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି। ମୃତ ମହିଳା ହେଲେ ଯାଜପୁର ବିଞ୍ଚାରପୁର ଥାନା ଖଣ୍ଟିପାଲର ଗୀତଞ୍ଜଳି ମଲ୍ଲିକ। ହତ୍ୟାକାରୀ ମହିଳାଙ୍କ ସ୍ୱାମୀ କପିଳ ଓରଫ ବାମନ ମଲ୍ଲିକଙ୍କୁ ଜିଆରପି ଗିରଫ କରିଛି।

ସୂଚନାଯୋଗ୍ୟ, ୨୦୧୮ ଜୁନ୍‌ ୨୦ରେ ଡେଲାଙ୍ଗ ଓ ପୁରୀରେ ଖେଳି ଯାଇଥିଲା ଚାଞ୍ଚଲ୍ୟ। ଟ୍ରେନ୍‌ ଟଏଲେଟରୁ ମିଳିଥିଲା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ। ଆଉ ଡେଲାଙ୍ଗ ଷ୍ଟେସନ୍‌ ନିକଟ ବେରବୋଇ ନିକଟରୁ କଟା ମୁଣ୍ଡ ମିଳିଥିଲା। ଘଟଣାର ୮ମାସ ପରେ ହତ୍ୟାକାରୀ ସ୍ୱାମୀ କପିଳ ଓରଫ ବାମନ ଚରଣ ମଲ୍ଲିକଙ୍କୁ ଗିରଫ କରିଛି ପୁଲିସ।

ସମ୍ବନ୍ଧିତ ଖବର