ଦଶହରାରେ ଅଘଟଣ: ପୋଖରୀରେ ପଡ଼ି ଦୁଇ ନାତୁଣୀଙ୍କ ସହ ବୁଢ଼ୀ ମା’ର ସଳିଳ ସମାଧି

ତିହିଡି: ଶୁକ୍ରବାର ଚାରିଆଡେ ଧୁମ୍‌ଧାମ୍‌ରେ ଦଶହରା ପର୍ବ ପାଳିତ ହେଉଥିବା ବେଳେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍‌ର  ସାହାପୁର ପଞ୍ଚାୟତର ନୂଆ ଗାଁରେ ଶୋକର ଛାୟା ଖେଳି ଯାଇଛି। ଘାସ କାଟିବାକୁ ଯାଇଥିବା ସମୟରେ ପୋଖରୀରେ ବୁଡ଼ି ବୁଢ଼ୀ ମା’ ସହିତ ଦୁଇ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତକ ହେଲେ ମଲ୍ଲୀଲତା ମଲିକ ବୟସ ୭୦ (ବୁଢ଼ୀ ମା’), ଆଶୋକ ଦାସ୍‌ଙ୍କ କନ୍ୟା ଅଞ୍ଜନା ଦାସ୍‌, ବୟସ ୧୧ ଓ ଶ୍ରୀଧର ମଲିକ୍‌ଙ୍କ କନ୍ୟା ଶ୍ରାବଣୀ ମଲିକ୍‌ ବୟସ ୯ବର୍ଷ।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳ ୮ଘଟିକା ପାଖାପାଖି ହେବ ବୁଢ଼ୀ ମା’ ମଲ୍ଲୀଲତା ମଲିକ ସହିତ ଦୁଇ ନାତୁଣୀ ଅଞ୍ଜନା ଓ ଶ୍ରାବଣୀ ଘାସ କାଟିବାକୁ ପୋଖରୀ କୂଳକୁ ଯାଇଥିଲେ। ହଠାତ୍‌ ସେଠାରେ ଗୋଡ ଖସି ଯିବାରୁ ତିନିଜଣ ପୋଖରୀ ଭିତରେ ବୁଡ଼ି ଯାଇଥିଲେ। ତେବେ ଅନେକ ସମୟ ହେବ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ଦିନ ୧୧ଟା ସମୟରେ ତିନିଜଣଙ୍କ ମୃତଦେହକୁ ପୋଖରୀ ଭିତରକୁ ଉଦ୍ଧାର କରାଯିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଥିଲା।

ସମ୍ବନ୍ଧିତ ଖବର