ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ; ଚାରି ଗିରଫ

ରାଉରକେଲା: ରାଉରକେଲାସ୍ଥିତ ବାସନ୍ତୀ କଲୋନୀରେ ପୂର୍ବ ଶତ୍ରୁତାକୁୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ୪ଜଣ ଆହତ ହୋଇଛନ୍ତି। ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆରଜିଏଚ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ଦୁଇଜଣଙ୍କ ନାମ ରାଜେଶ ଡୋଗରା ଓ ଅମୀୟ ଦାସ୍‌ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ବାସ୍ତନୀ କଲୋନୀସ୍ଥିତ ଇଏଲ୍‌ ବ୍ଲକ୍‌ର ଅମୀୟ ଦାସ୍‌ ଓ ଛେଣ୍ଡ କୋଲନୀର ଶିବମ୍‌ ପ୍ରଧାନ, ଗୋପବନ୍ଧୁ ପାଲିର ବଳରାମ୍‌ ସାହୁ ଏକ ବାଇକ୍‌ ଓ ବୁଲେଟ ଯୋଗେ ବାସ୍ତନୀକଲୋନୀର ଡିଏଲ ୧୧୭ବିଲମ୍‌ ବ୍ଲକ୍‌ର ରାଜେଶ ଡୋଗରାଙ୍କ ପାଖକୁ ଆସିଥିଲେ। ଏହି ଦୁଇଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଅନେକ ସମୟରେ ବିବାଦ ଲାଗି ରହିଥିଲା ବେଳେ କାଲିବି ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଫଳରେ ରାଜେଶ ଡେଗରା ଓ ତାଙ୍କ ସାଥୀ ରାହୁଲ ସିଂହଙ୍କ ଉପରକୁ ଅମୀୟଙ୍କ ସମେତ ତାଙ୍କ ସାଥୀମାନେ ଆକ୍ରମଣ କରିଥିଲେ। ଏଥିରେ ରାଜେଶ ଡୋଗରା ଓ ଅମୀୟ ଦାସ୍‌ ଗୁରୁତର ହୋଇଥିଲେ।

ଖବର ପାଇ ଘଟଣାସ୍ଥଳରେ ଉଦିତ ନଗର ଥାନା ପୁଲିସ ପହଞ୍ଚି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଏକ ବନ୍ଧୁକ ଜବତ କରିଛି। ଗିରଫ ହୋଇଥିବା ଶିବମ ପ୍ରଧାନ ନାମରେ ପୂର୍ବରୁ ଥାନାରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର