ନବରଙ୍ଗପୁର: ଘରେ ପଶି ଠିକାଦାରଙ୍କୁ ହତ୍ୟା କଲେ ତିନି ଦୁର୍ବୃତ୍ତ

ନବରଙ୍ଗପୁର: ନବରଙ୍ଗପୁରରେ ଜଣେ ଠିକାଦାରଙ୍କୁ ତିନିଜଣ ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଛନ୍ତି। ମୃତ ଠିକାଦାରଙ୍କ ନାମ ପ୍ରଦୀପ ଅଗ୍ରଓ୍ଵାଲଙ୍କ ବୟସ ୪୫ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆରକେ କଲୋନୀରେ ରହୁଥିବା ଠିକାଦାର ପ୍ରଦୀପ ଅଗ୍ରଓ୍ଵାଲ ଆଜି ଘରେ ଏକା ଥିବା ସମୟରେ ହଠାତ୍‌ ତିନିଜଣ ଦୁର୍ବୃତ୍ତ ଜୋରଜବରଦସ୍ତି ତାଙ୍କ ଘରେ ପଶିଥିଲେ। ସେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଏ ସମ୍ପର୍କରେ ଖବର ପାଇ ପ୍ରଦୀପଙ୍କ ଘରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତମାନେ ଏହି ହତ୍ୟାକାଣ୍ଡ କାହିଁକି ଘଟାଇଛନ୍ତି ତାହାର କାରଣ ଏଯାବତ୍‌ ସ୍ପଷ୍ଟ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର