ନୂଆପଡ଼ା ବ୍ଲକରେ କାଣ୍ଡବିନ୍ଧା ପୋକ ଲାଗିବା ହେତୁ ଶହଶହ ଏକର ଧାନ ଫସଲ ନଷ୍ଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦା ବ୍ଳକ ବୁଡିପାଳି ପଞ୍ଚାୟତରେ ବହୁ ଚାଷୀଙ୍କ ଧାନ ଚାଷରେ କାଣ୍ଡବିନ୍ଧା ପୋକ ଲାଗି ଶହଶହ ଏକରର ଧାନ ଚାଷ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ ଧାନ ହେବା ସମୟରେ କଣ୍ଡିବନ୍ଧା ପୋମ ହେବା ଫଳରେ ଚାଷୀମଧ୍ୟରେ ଚିନ୍ତା ବଢ଼ିଯାଇଛି।

ସ୍ଥାନୀୟ ଚାଷୀଙ୍କ କହିବାନୁସାରେ, ନୂଆପଡ଼ା ବ୍ଳକ ବୁଡିପାଳି ପଞ୍ଚାୟତ ୨/୩ ଦିନ ହେବା ୨୦ ରୁ ୨୫ ଜଣ ଚାଷୀମାନଙ୍କ ଧାନ ଜମିରେ କାଣ୍ଡବିନ୍ଧା ପୋକ ଲାଗିଥିବା ଜଣାପଡିଛି। ଚାଷୀମାନଙ୍କ ଅଭିଯୋଗରେ ଧାନ ହେବା ସମୟରେ ଏହି କାଣ୍ଡବିନ୍ଧା ପୋକ ହେବରୁ ଧାନ ଗଛର ତଳମୁଣ୍ଡକୁ ପୋକ ସଂପୂର୍ଣ୍ଣ ନଷ୍ଟ କରିଦେଇଥିବାରୁ ଧାନ ଅମଳ କମି ଯାଇଛି। ଫଳରେ ଚାଷୀମାନେ ଚିନ୍ତାରେ ପଡି ଯାଇଛନ୍ତି। ଏହା ଉପରେ ନୂଆପଡ଼ା ଜିଲ୍ଲାପ୍ରଶାସନ ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଚାଷୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର