ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଗ୍ରାମାଞ୍ଚଳରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ସ୍ତରରେ ଯେଉଁମାନେ ରହିଯାଉଛନ୍ତି ସେମାନଙ୍କୁ ଲୋକଲୋଚନକୁ ଆଣିବା ସହ ଆଦିବାସୀଙ୍କ ପରମ୍ପରା ବଜାୟ ରଖିବା ସକାଶେ ଗତ ୨୪ ବର୍ଷ ହେଲା ଜିଲ୍ଲାରେ ପରବ ପାଳନ କରାଯାଉଛିା ପରବ ମାଧ୍ୟମରେ ଅନେକ ଲୁକକାୟିତ ପ୍ରତିଭା ଲୋକଲୋଚନକୁ ଆସୁପାରୁଛି ବୋଲି ମଞ୍ଚରେ ବସୁଥିବା ନେତା ରାଜନେତା ଓ ଅଫିସର ଭାଷଣବାଜି କରିଥାନ୍ତି, ବାସ୍ତବରେ କିନ୍ତୁ ବ୍ଲକ ସ୍ତରରେ ପରବ ବାଧ୍ୟବାଧକତାରେ ପାଳନ କରାଯାଉଛି ଏକଥା ଯେ କେହିବି ପ୍ରକାଶ କରୁଛନ୍ତିା ଚଳିତ ବର୍ଷ ଲକ୍ଷ୍ମୀପୁର ବ୍ଲକରେ ଅନୁରୁପ ଭାବେ ବାଧ୍ୟବାଧକତାରେ ପରବ ପାଳନ କରାଯାଇଥିବା ବେଳେ ବ୍ଲକସ୍ତରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ଲକ ସ୍ତରରେ ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ସେମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ବ୍ଲକ ପ୍ରଶାସନ ତରଫରୁ କୁହାଯାଇଥିଲା। ଆଉଦିନକ ପରେ ସୋମବାର ଠାରୁ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ରବିବାର ସଂଧ୍ୟା ସୁଧା କୌଣସି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଥବା ଅବିଭାବକମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରରେ ଅଂଶ ଗ୍ରହଣ କରିବା ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିାଁ ଏଥିରୁ ସ୍ପଷ୍ଠଭାବେ ଅନୁମାନ କରାଯାଉଛି କି ପରବ ପାଇଁ ବ୍ଲକ ସ୍ତରୀୟ ପ୍ରତିଭାଙ୍କୁ କେତେ ଗୁରୁତ୍ୱ ଦିଆଯାଉଛିା
ଏନେଇଁ ଜିଲ୍ଲା ପରବ ଦାୟିତ୍ୱରେ ଥିବା ଡିସିଓ ଶ୍ରୀ ସେଠିଙ୍କ ସହ ଯୋଗାଯୋଗ କରିବାରୁ କୋରାପୁଟ ବିଇଓଙ୍କୁ ବିଦ୍ୟାଳୟ ସ୍ତରୀୟ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଦାୟିତ୍ୱ ଦିଆଯାଇଛି ବୋଲି କହି ଫୋନ ନମ୍ବର ପ୍ରଦାନ କରି ଚୁପ୍ ରହିଥିବା ବେଳେ ବିଇଓଙ୍କ ଫୋନ ସୁଇଚ୍ ଅଫ୍ ରହିଛିା ଏପରି ସ୍ଥିତିରେ ଲୁକକାୟିତ ପ୍ରତିଭା ଓ ଆଦିବାସୀଙ୍କ ପରମ୍ପରା ପ୍ରତି ଜିଲ୍ଲା ହେଉ ଅବା ବ୍ଲକ ପ୍ରଶାସନ କେତେ ଗୁରୁତ୍ୱର ଦେଉଛନ୍ତି ତାହା ସହଯେ ଅନୁମେୟ କରାଯାଉଛିା ପ୍ରତିବର୍ଷ ଠାରୁ ଚଳିତ ବର୍ଷର ଲକ୍ଷ୍ମୀପୁର ପରବ ଅନେକ ଅବ୍ୟବସ୍ଥାରେ ହୋଇଥିବା ବେଳେ ବିଗତ ବର୍ଷ ମାନଙ୍କରେ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ କରି ଜିଲ୍ଲାସ୍ତରକୁ ବ୍ଲକ ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରି ସେମାନଙ୍କୁ ଜିଲ୍ଲାରେ ପହଞ୍ଚାଉଥିଲା।
ଚଳିତ ବର୍ଷ କିନ୍ତୁ ସେମିତି କରାଯାଇନଥିବା କାରଣରୁ ଅନେକ ଛାତ୍ରଛାତ୍ରୀଙ୍କ ଅବିଭାବକ ଓ ପ୍ରଧାନଶିକ୍ଷକ ମାନେ ଦୁଖ ପ୍ରକାଶ କରିଛନ୍ତିା ଅନ୍ୟପକ୍ଷରେ ପରବ ପାଇଁ ବିଭିନ୍ନ ଆଡୁ ଅନୁଦାନ ଆସୁଥିବା ବେଳେ ତାହାର ସଠିକ୍ ବିନିଯୋଗ କରାଯାଇପାରୁନଥିବା ମଧ୍ୟ ଅଭିଯୋଗ ହେଉଥିବା ବେଳେ ପରବ ପ୍ରତି ଅଧିକ ରାଜନୀତି କରାନଯାଇ ପାଣ୍ଠିକୁ ସଦବିନିଯୋଗ କରାଯାଉ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତିା ବ୍ଲକ ସ୍ତରୀୟ ପ୍ରତିଭାଙ୍କୁ ଜିଲ୍ଲାରେ ନେବା ଆଣିବା କରାଯାଇପାରୁ ନ ଥିବା କାରଣରୁ ବ୍ଲକରେ ହିଁ ସିମିତ ରହିଯିବେ ବୋଲି ଆଲୋଚନା ହୋଇଛିା