ବାଜିରେ ଲାଗିଛି ଉଠା ବେପାରୀଙ୍କ ଜୀବନ ଜୀବିକା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସହାୟତା ରାଶି ପାଇବା ନେଇ ସଂଶୟ

ଭଞ୍ଜନଗର: କରୋନା ମହମାରୀର ଦ୍ବିତୀୟ ଲହରରେ ସାଧାରଣ ଖଟିଖିଆ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନ ଜୀବିକା ବାଜିରେ ଲାଗିଛି। କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ବେଷପାରି ମାନଙ୍କ ରୋଜଗାର ଉପରେ ପରିବାର ନିର୍ଭର କରି ପ୍ରତିପୋଷଣ ହେଉଛି। ବର୍ତ୍ତମାନ ଅଦୃଶ୍ୟ ଭୁତାଣୁରୁ ନିଜକୁ ରକ୍ଷା କରିବା ପାଇଁ ଜୀବନ ପାଇଁ ଜୀବିକା ବାଜିରେ ଲାଗିଛି। ଜୀବିକା ଉପରେ ଏହାର ପ୍ରଭାବ ଗଭୀର ଭାବେ ରହିଛି। କଟକଣା ଅଦ୍ୟବଧି ଜାରି ରହିଥିବା ବେଳେ ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣ ଆଡ଼କୁ ମୁହାଁଇଛି। ତଥାପି କଟକଣା ଜାରି ରହିଛି। ଲକ୍ଡାଉନ୍ ଯୋଗୁ ବିଶେଷ ମାତ୍ରାରେ ସହରାଞ୍ଚଳର ଉଠା ଦୋକାନୀ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠା ଦୋଖକାନୀ ଭାବେ ଜୀବିକା ନିର୍ବାହ କରୁଥିବା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ଯାହା ଫଳରେ ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ ଉପକୃତ ହେବେ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ପ୍ରକୃତରେ ସମସ୍ତ ଉଠା ଦୋକାନୀ ଏଥିରେ ଉପକୃତ ହୋଇ ପାରିବେ ନା ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ଅନେକ ବର୍ଷ ଧରି ଉଠା ଦୋକାନୀ ମାନଙ୍କ ସର୍ଭେ ହୋଇନଥିବା ବେଳେ ଅନେକ ନୂତନ ବ୍ୟବସାୟ ଗଢି ଉଠିଛି। ପୁରୁଣା ସର୍ଭେ ଅନୁଯାୟୀ ହତିାଧିକାରୀ ମାନଙ୍କୁ ଏହି ସହାୟତା ଦିଆଯିବାକୁ ଥିବା ବେଳେ ଯେଉଁ ଉଠା ଦୋକନୀ ମାନଙ୍କ ସେହି ତାଲିକାରେ ନାମ ନଥିବ ସେମାନେନ ଏହି ସହାୟତା ପାଇବେ ନା ନାହିଁ ସନ୍ଦେହ ପ୍ରକାଶ କରିଛନ୍ତି।

ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୫ ଗୋଟି ୱାର୍ଡ ରହିଛି। ମୁଖ୍ୟ ସଡ଼କ ସମେତ ବିଭିନ୍ନ ଗଳିକନ୍ଦିକୁ ମିଶାଇ ପ୍ରାୟ ୨୦୦୦ରୁ ଅଧିକ ବ୍ୟବସାୟିକ ଅନୁଷ୍ଠାନ ଗଢି ଉଠିଛି। କଟକଣା ପାଇଁ କିଛି ଦୋକାନ ଖୋଲୁଥିବା ବେଳେ୨ ଅନେକ ଦୋକାନୀ ସେମାନଙ୍କ ରୋଜଗାର ହରାଇଛନ୍ତି। ସେଥି ମଧ୍ୟରୁ ପ୍ରାୟ ୧୨ ଶହ ସ୍ଥାୟୀ ଦୋକାନ ଥିବା ବେଳେ ପାଖାପାଖି ୫ ଶହରୁ ଉର୍ଦ୍ଧ ଉଠା ଦୋକାନି ପ୍ରତିଦିନ ବ୍ୟବସାୟ କରନ୍ତି। କିଛି ସାମୟିକ ଏବଂ ବୁଲା ବିକାଳି ମଧ୍ୟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବର୍ଷବର୍ଷ ଧରି ଏଭଳି ବ୍ୟବସାୟ କରୁଥିବା ସ୍ଥାୟି ଦୋକାନ କି ଉଠା ଦୋକାନି ମାନଙ୍କର ସର୍ଭେ କରାଯାଉ ନଥିବା ବେଳେ ସେମାନଙ୍କ ଟ୍ରେଡ୍ ଲାଇସନ୍ସ୍ ଅଛି କି ନାହିଁ ଯାଞ୍ଚ ହେଉନଥିଲା। ଗତ ୨୦୧୭ ମସିହାରେ ହୋଇଥିବା ସର୍ଭେରେ ସହରରେ ୨୫୨ ଜଣ ଉଠାଦୋକାନି ରହିଥିବା ଏନ୍ଏସି ପକ୍ଷରୁ ସୁଚନା ଦିଆଯାଇଥିଲା। ଏହାର ପରବର୍ତ୍ତି ମୁହୂର୍ତ୍ତରେ ୩୯୯ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତବର୍ଷ ଏହି ୩୯୯ ଜଣଙ୍କୁ କରୋନା ସହାୟତା ରାଶି ପ୍ରଦାନ କରଯାଇଥିବା ଏନ୍ଏସି ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଯେଉଁ ମାେନଙ୍କ ନାମ ଏହି ସର୍ଭେରେ ସାମିଲ ହୋଇନାହିଁ। କରୋନା କଟକଣା ପାଇଁ ଦୋକାନ ବନ୍ଦ ରଖି ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ସେମାନେ ଏହି ସହାୟତାରୁ ବଞ୍ଚିତ ହେବେ। ଏନ୍ଏସି ପକ୍ଷରୁ ପଞ୍ଜିକୃତ ହୋଇଥିବା ଉଠା ଦୋକାନୀଙ୍କ ସରକାର ଘୋଷଣା କରିଥିବା ସହୟତା ପାଇବାକୁ ଥିବା ବେଳେ ଅନେକ ଯୋଗ୍ୟ ଉଠା ବ୍ୟବସାୟୀ ଏଥିରୁ ବଞ୍ଚିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ଉଠା ବ୍ୟବସାୟୀଙ୍କୁ ସହୟତା ରାଶି ପ୍ରଦାନ କରିବା ପୂର୍ବରୁ ସଠିକ୍ ସର୍ଭେ କରାଯାଇ ସମସ୍ତ ଉଠା ବ୍ୟବସାୟୀ ମାନଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର