ବାରିପଦା ନିର୍ବାଚନ ମଣ୍ଡଳୀରେ ସାନନ୍ଦଙ୍କ ନେତୃତ୍ବରେ ସକ୍ରିୟ ହେଉଛି ବିଜେଡି

ବାରିପଦା: ବାରିପଦା ନିର୍ବାଚନମଣ୍ଡଳୀରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ନେତୃତ୍ବରେ ସକ୍ରିୟ ହେଉଛି ବିଜେଡି। ଆଜି ଏନେଇ ଅନୁଷ୍ଠିତ ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଯେପରି ବିପୁଳ ସଫଳତା ହାସଲ କରିବ ସେନେଇ ସରଗରମ ଆଲୋଚନା ହୋଇଥିଲା। ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ପ୍ରତ୍ୟେକ ପଞ୍ଚାୟତରେ ତୃଣମୂଳ ସ୍ତରକୁ ଯାଇ କର୍ମୀଙ୍କୁ ସଂଗଠିତ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା।

ବାରିପଦା ବ୍ଲକର ହାତିକୋଟ୍ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଏହି ବୈଠକରେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଦସ୍ୟ ସରୋଜ କୁମାର ବୋଷ, ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, କୃଷ୍ଣଚନ୍ଦ୍ର ଦାସ, ବାରିପଦା ବ୍ଲକ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ୍‌, ଉପାଧ୍ୟକ୍ଷ ରବିନ୍ଦ୍ର ମହାନ୍ତ, ହାତିକୋଟ୍ ବ୍ଲକର ସମିତି ସଭ୍ୟ ସାମଲ ମାଝି, ବାରିପଦା ବ୍ୟବସାୟୀ ସଂଘ ସାଂଗଠନିକ ସମ୍ପାଦକ ପୂର୍ଣ୍ଣାନନ୍ଦ ପରିଡା, ବାରିପଦା ବ୍ଲକ ଛାତ୍ର ସଭାପତି ଭୀଷ୍ମ ମହାନ୍ତ, ପୂର୍ବତନ ସରପଞ୍ଚ ମଧୁସୁଦନ ସିଂ, ସୟଦ ଫିରଜୁଦିନ୍‌, ଅଜିତ ଭକ୍ତା, ସନିଆ ସିଂ, ଦିଲ୍ଲୀପ କୁମାର ପାତ୍ରଙ୍କ ସମେତ ଶତାଧିକ ଯୁବ କର୍ମୀ ଏହି ବୈଠକରେ ଉପସ୍ଥିତ ଥିଲେ ।

 

ସମ୍ବନ୍ଧିତ ଖବର