ବିଧାୟକ ବାଣ୍ଟିଲେ ମାସ୍କ, ସାନିଟାଇଜର ଓ ସାବୁନ

ଜୟପୁର: ଆଜି ଜୟପୁର ମୁଖ୍ୟରାସ୍ତାରେ ବସୁଥିବା ପନିପରିବା ଆଦି ବ୍ୟବସାୟୀ ମହିଳା ଓ ପୁରୁଷଙ୍କୁ ବିଧାୟକ ତାରା ପ୍ରସାଦ ବାହିନୀପତି ମାସ୍କ , ସାନିଟାଇଜର ଓ ସାବୁନ ବାଣ୍ଟିଥିଲେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦେଶରେ ସେ ଏହା ବାଣ୍ଟିବା ସହ କିଭଳି ମହାମାରୀକୁ ନିୟନ୍ତ୍ରଣ କରାଯିବ ସେ ଦିଗରେ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ବିଧାୟକ କହିଛନ୍ତି।

ନଗରସଭାପତି ନରେନ୍ଦ୍ର ମହାନ୍ତି, ଡିସିସି କୋଷାଧ୍ୟକ ଇଂ.ନିହାର ରଂଜନ ବିଷୋୟୀ, ବ୍ଲକ ସଭାପତି ବସନ୍ତ ନାୟକ, ବରିଷ୍ଠ କଂଗ୍ରେସ ନେତା ଗଙ୍ଗା ସାହୁ, ସତ୍ୟ ନାୟକ, ବିଶ୍ୱଜିତ ଦଣ୍ତସେନା, ଡି. ଶ୍ରୀନୁ, ଏ.ରମେଶ ରାଓ, ତ୍ରିପତି ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

 

ସମ୍ବନ୍ଧିତ ଖବର