ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବଳରାମପୁର ପୁଲିସକୁ ମିଳିଛି ବଡ ସଫଳତା। ବଳରାମପୁର ଥାନା ଅନ୍ତର୍ଗତ ବୁଢା ପାହାଡଠାରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ କରିଛି। ଆଉ ଏସବୁ ବିସ୍ଫୋରକ ଜବତ କରି ସୁରକ୍ଷାକର୍ମୀ ନକ୍ସଲଙ୍କର ଏକ ବଡ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛନ୍ତି |

ନକ୍ସଲ ମାଟି ତଳେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସିଲିଣ୍ଡର ବୋମା, ଲ୍ୟାଣ୍ଡ ମାଇନ, ଗୋଳାବାରୁଦ ସମେତ ଦୈନନ୍ଦିନ ସାମଗ୍ରୀ ଜବତ କରାଯାଇଛି। ଏହି ଜବତ ପରେ ନକ୍ସଲଙ୍କର ବଡ ଯୋଜନାକୁ ପଣ୍ଡ କରିବା ସହ ଏହାକୁ ସୁରକ୍ଷାକର୍ମୀଙ୍କ ଉପରେ ବ୍ୟବହାର କରାଯାଇଥାନ୍ତା ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର