ବିବାଦୀୟ ଆଓହାୱା କାର୍ଯ୍ୟାଳୟ ଖୋଲିବାକୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଖୋର୍ଦ୍ଧା: ଭୁବନେଶ୍ୱର ପଳାସପଲ୍ଲୀଠାରେ ଥିବା ଅଲ୍ ଓଡ଼ିଶା ଅର୍ଥୋପେଡିକାଲି ହାଣ୍ଡିକ୍ୟାପ୍ ୱେଲ୍ଫେୟର ଆସୋସିଏସନ୍ (ଆୱହାୱା)ର କାର୍ଯ୍ୟାଳୟ ଖୋଲିବାକୁ ନୂତନ ପରିଚାଳନା କମିଟିକୁ ଅନୁମତି ଦେବା ପାଇଁ ନୂତନ ପରିଚାଳନା କମିଟିର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

ଏନେଇ ନୂତନ କମିଟିର ସମ୍ପାଦକ ଗୋଲକଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଚଳିତବର୍ଷ କାର୍ଯ୍ୟାଳୟରେ ଘଟିଥିବା ଅନୈତିକ କାର୍ଯ୍ୟକଳାପ ଯୋଗୁଁ ପୂର୍ବତନ ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା ଗିରଫ ହୋଇଛନ୍ତି । ଏହାସହ ତଦନ୍ତ ପାଇଁ ୨୨ ଫେବ୍ରୁଆରୀରେ କାର୍ଯ୍ୟାଳୟକୁ ଜିଲ୍ଲାପାଳ ସିଲ କରିବା ସହ ସମସ୍ତ ନଥିପତ୍ର ଜବତ କରିଥିଲେ । ଏହାପରେ କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିବା ସହସ୍ରାଧିକ ଭିନ୍ନକ୍ଷମଙ୍କ ଅନେକ ସମସ୍ୟା ଘଟିଛି । ଆଇନାନୁସାରେ, ପରବର୍ତୀ ସମୟରେ ଏହାର ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ଏହାସହ କମିଟି ପକ୍ଷରୁ ଦାଖଲ ରିଟ୍ ଆବେଦନରେ ଉଚ୍ଚନ୍ୟାୟାଳୟ ବିଚାର କରି ଅକ୍ଟୋବର ୨୫ ତାରିଖରେ ପ୍ରଶାସନ ପକ୍ଷରୁ ୧ ମାସ ମଧ୍ୟରେ ପ୍ରତ୍ୟୁତ୍ତର ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏଣୁ ସେମାନେ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ପୁନର୍ବାର ଖୋଲିବା ଓ ଏହାର ପରିଚାଳନା ଦାୟିତ୍ୱ ନୂତନ କମିଟିକୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର