ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ସ୍ୱାଗତବିହାରରେ ଜଣେ ଯୁବକ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ତପନ କୁମାର କର (୪୫)। ପରିବାର ଲୋକ ତପନ ଉଠିବାରେ ବିଳମ୍ବ ହେବାରୁ ତାଙ୍କୁ ଡାକିଥିଲେ । ହେଲେ ଘର ଭିତରୁ କିଛି ଉତ୍ତର ନମିଳିବାରୁ କବାଟ ଭାଙ୍ଗି ମୃତନେହ ଫ୍ୟାନରୁ ତଳକୁ ଓହ୍ଲାଇଥିଲେ। ହେଲେ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ତେବେ ସେ ବଞ୍ଚିଥିବା ଭାବି କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ ଯ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଯ ପ୍ରାପ୍ତ ସୂଚନାନୁଯାୟୀ ତପନ ଦ୍ଵିତୀୟ ବିବାହ କରିଥିଲେ।  ହେଲେ ଦ୍ଵିତୀୟ ପତ୍ନୀଙ୍କ ସହ ତାଙ୍କର କଳହ ଲାଗି ରହିଥିଲା। ଦ୍ଵିତୀୟ ପତ୍ନୀ ବାପ ଘରକୁ ଚାଲିଯାଇଥିବା ପୁଲିସ କହିଛି। ଗତରାତିରେ ମାନସିକ ଭାରସାମ୍ୟ ହିରାଇ ତପନ ନିଜ ଶୋଇବା ଘର ଫ୍ୟାନରେ ଗାମୁଛା ବାନ୍ଧି ଝୁଲିପଡ଼ିଥିବା କୁହାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପାହାଳ ଫାଣ୍ଡି ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର