ବେଙ୍ଗାଲୁରୁରେ ଫସିଥିବା କନ୍ଧମାଳର ୩୦ ଶ୍ରମିକଙ୍କୁ ଫେରେଇ ଆଣିବା ପାଇଁ ଶ୍ରମିକଙ୍କ ନିବେଦନ

ଘୁ.ଉଦୟଗିରି: କରୋନା ସବୁ ବିଗାଡି ଦେଇଛି। ଜୀବିକା ଉପରେ ଏଭଳି ପ୍ରହାର କରିଛି ଯେ ଜୀବନ ଦୁର୍ବିସହ ହୋଇପଡିଛି। ନିଜ ପରିବାର ପ୍ରତିପୋଷଣ ନିମନ୍ତେ ଦାଦନ ଖଟିବାବୁ ସୁଦୂର କର୍ଣ୍ଣାଟକର ବେଙ୍ଗାଲୁରୁ ଯାଇ କଷ୍ଟ କରି ରୋଜଗାର କରି ନିଜେ ଚଳିବା ସହ ନିଜ ପରିବାର ମୁହଁରେ ଆହାର ଯୋଗେଇ ଦେଉଥିବା କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି,ରାଇକିଆ ବ୍ଲକ ଅଂଚଳର ତିରିଶ ରୁ ଉର୍ଦ୍ଧ୍ବ ଶ୍ରମିକ କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର ରୁରାଲ ଜିଲ୍ଲାର ଯାସନପୁରା ଅଂଚଳରେ ଆଙ୍କର ପାନାସୋନିକ କମ୍ପାନି ରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିଆସୁଥିଲେ ହେଲେ କରୋନା ଯୋଗୁଁ ଲକଡାଉନ ହେବା ପରେ ଏହି ଶ୍ରମିକ ମାନଙ୍କ ସମସ୍ୟା ବଢି ବାରେ ଲାଗିଛି।

କାମଧନ୍ଦା ନ ଥିବା ଯୋଗୁଁ ପାଖରେ ଅର୍ଥର ଅଭାବ ଦେଖାଦେଇଛି। ଖାଇବା ପିଇବା ସମସ୍ୟା ବଢ଼ିଗଲାଣି। ଚଳିବା କଷ୍ଟ ସାଧ୍ୟ ହୋଇଯିବା ସହ ଭୋକ ଉପବାସରେ ଜୀବନ ବିତେଇବାକୁ ପଡୁଛି। କାର୍ଯ୍ୟ କରୁଥିବା କମ୍ପାନୀ କୌଣସି ସାହାଯ୍ୟ କରୁନି କି କର୍ଣ୍ଣାଟକ ସରକାର ବି କୌଣସି ସହଯୋଗ କରୁ ନଥିବା ସେଇସ୍ଥାନରେ ଫସିଥିବା ଶ୍ରମିକମାନେ ଏକ ଭିଡିଓ ମାଧ୍ୟମରେ ଜଣେଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ସମସ୍ତଙ୍କୁ ଓଡିଶା ଫେରେଇ ଆଣିବାକୁ। ଓଡିଶା ଫେରିବା ନିମନ୍ତେ ସରକାରଙ୍କ ପାଖରେ ପଞ୍ଜିକରଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କିଛି ବ୍ୟବସ୍ତା ହୋଇପାରିନି। ଘୁ.ଉଦୟଗିରି ବ୍ଳକ ଅନ୍ତର୍ଗତ ରାଇକଲା ପଂଚାୟତର ୫ଜଣ, କତିଙ୍ଗିଆ ପଂଚାୟତର ଟିଆଙ୍ଗିଆର ୬ଜଣ, କଳିଙ୍ଗା ପଞ୍ଚାୟତର କଳିଙ୍ଗାର ୪ଜଣ, ନନ୍ଦଗିରି ର ୭ଜଣ, ରାଇକିଆ ବ୍ଲକର ରାଇକିଆର ୩ଜଣ ଏବଂ ପେଟାପାଙ୍ଗା ପଂଚୟତର ଆଡାସୀକୁପାର ୫ଜଣ ବର୍ତ୍ତମାନ ସେଇ ସ୍ଥାନରେ ଫସି ରହି ଭୋକ ଉପାସରେ କାଳାତିପାତ କରୁଥିବା ଖବର ଆସିଛି। ରାଜ୍ୟ ସରକାର ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ଏହି ଶ୍ରମିକଙ୍କୁ ଫେରେଇଆଣିବା ବ୍ୟବସ୍ଥା କରିବା ନିମନ୍ତେ ସମସ୍ତ ଶ୍ରମିକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର