ଭଞ୍ଜନଗର: ଅଭିଯୋଗ ନେଇ ଆସିଥିବା ଲୋକେ ଅବରୋଧ କଲେ ୨୬ ନମ୍ବର ଜାତୀୟ ରାଜପଥ

ଭଞ୍ଜନଗର: ଭଞ୍ଜନଗରରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଥିଲା। ଏହି ଅଭିଯୋଗ ଶୁଣାଣିରେ ସୋରଡା, ଧରାକୋଟ, ଭଞ୍ଜନଗର, ବୁଗୁଡା ଓ ଜଗନ୍ନାଥ ପ୍ରସାଦ ବ୍ଲକ୍‌ରୁ ୨୭୩ଜଣ ଲୋକ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ ୨୦୦ଜଣ ରାସନ୍‌ କାର୍ଡ ନ ଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପ୍ରଶାସନ ସେମାନଙ୍କଠାରୁ ଅଭିଯୋଗ ପତ୍ରକୁ ନେଇ ଥିଲେ। ଅଭିଯୋଗର ସମାଧନ କରି ପତ୍ର ଫେରାଇଲା ସମୟରେ କେତେକଙ୍କ ଅଭିଯୋଗ ପତ୍ର ହଜିଯାଇଥିଲା। ଏହାପରେ ଲୋକମାନେ ଉତକ୍ଷିପ୍ତ ହୋଇଯାଇଥିଲେ।

ଘଟଣାସ୍ଥଳରେ ଥିବା ଏଡିଏମ୍‌ଓ ଓ ଅତିରିକ୍ତ ଜିଲ୍ଲାପାଳ ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ସେମାନଙ୍କ ଅଭିଯୋଗକୁ ବିଡିଓଙ୍କ ନିକଟକୁ ପଠାଯିବ ବୋଲି ବି କହିଥିଲେ। ହେଲେ ଅଭିଯୋଗ କରିବାକୁ ଆସିଥିବା ଲୋକମାନେ ଏଡିଏମ୍‌ଓ ଓ ଅତିରିକ୍ତ ଜିଲ୍ଲାପାଳଙ୍କ କୌଣସି କଥା ଶୁଣି ନଥିଲେ। ସେମାନଙ୍କ କଥା ଓ ଅସୁବିଧା କେହି ଶୁଣୁ ନାହାନ୍ତି କହି ଭୁବନେଶ୍ୱର-ଫୁଲବାଣୀ ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ। ଫଳରେ ଯାନବାହନ ଯାତାୟାତରେ ବହୁ ଅସୁବିଧା ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର