ଭୂତକୋଠି ପାଲଟିଛି ଚନ୍ଦ୍ରଗିରି ରାଜସ୍ବ ଡାକବଙ୍ଗଳା

ଚନ୍ଦ୍ରଗିରି: ଗଜପତି ଜିଲ୍ଲା ଚନ୍ଦ୍ରଗିରି ହାଟପଦା ଠାରେ ରହିଛି  ରାଜସ୍ବ ଡାକବଙ୍ଗଳା । ହେଲେ ସ୍ଥାନୀୟ ରାଜସ୍ବ ବିଭାଗର ଅବହେଳା ଯୋଗୁଁ  ପ୍ରାୟ ୧୦ ବର୍ଷରୁ ଅଧିକ ହେବ ଏହି ଡାକବଙ୍ଗଳାରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଡାକବଙ୍ଗଳାର ପରିସର ଅତ୍ୟନ୍ତ ଅପରିଷ୍କାର ରହିବା ସହ ଜଙ୍ଗଲରେ  ପରିପୂର୍ଣ୍ଣ ହୋଇଯାଇଛି। ଚନ୍ଦ୍ରଗିରି ଗ୍ରାମର ବୟୋଜ୍ୟେଷ୍ଠଙ୍କ କହିବା ଅନୁସାରେ ଏହି ଅଂଚଳରେ ବସବାସ କରୁଥିହା ତିବ୍ଦତୀୟ ଶରଣାର୍ଥୀ ମାନଙ୍କ ଆଗମନର କିଛି ବର୍ଷ ପୂର୍ବରୁ ଚନ୍ଦ୍ରଗିରି ରାଜସ୍ବ ଡାକବଙ୍ଗଳାର ନିର୍ମାଣ କାର୍ଯ୍ୟ ସମ୍ପୂଣ୍ଣ ହୋଇଥିଲା। ସେହି ସମୟରେ ଗଞ୍ଜାମ ଜିଲ୍ଲା ଅଧିନରେ ଆସୁଥିବା
ଏହି ଚନ୍ଦ୍ରଗିରି ରାଜସ୍ବ ଡାକବଙ୍ଗଳରେ  ପ୍ରାଶାସନିକ ଅଧିକାରୀମାନେ  ରହି ସରକାରୀ କାର୍ଯ୍ୟର ପର୍ଯ୍ୟାଲୋଚନା କରିବା ସହ ଅଚଂଳବାସୀଙ୍କ ସହ ଭାଗିଦାରି ହେଉଥିଲେ। କିନ୍ତୁ ଆଜିର ଦିନରେ ପରିସ୍ଥିତି ସମ୍ପୁର୍ଣ୍ଣ ଭିନ୍ନ। ଏହାର ରକ୍ଷଣାବେକ୍ଷାଣର ଅଭାବରୁ  ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ବିଗତ ୬ବର୍ଷ ମଧ୍ୟରେ ୩ରୁ ଅଧିକ ଠିକାଦାର  ଏହାର ଉନ୍ନତୀକରଣ, ରାସ୍ତା, ରଙ୍ଗ ଓ ସିଲିଂ ପାଇଁ ୭ଲକ୍ଷ ଟଙ୍କାରୁ ଅଧିକ  ଖର୍ଚ୍ଚ କରିଥିବା ନେଇ କାଗଜକଲମରେ ଦର୍ଶାଉଥିବା  ବେଳେ ଆଜିର ଦିନରେ ଏହା ବ୍ୟବହାର ଉପଯୋଗୀ ହେଉନାହିଁ। ଅଂଚଳବାସୀଙ୍କ କହିବା ଅନୁସାରେ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ କିମ୍ବା ବଡବଡିଆ  ଆସିଲେ ସେମାନଙ୍କୁ ଚନ୍ଦ୍ରଗିରିସ୍ଥିତ ତିଦ୍ଧତୀୟ ଶରଣାର୍ଥୀଙ୍କ ଗେଷ୍ଟହାଉସ୍‌ କିମ୍ବା ଜିରାଙ୍ଗ ବୁଦ୍ଧମନ୍ଦିର ସ୍ଥିତ ରିପା ହାଉସ୍‌ରେ  ରହୁଛନ୍ତି। ତେଣୁ ୧୯୫୮ ମସିହାରେ ନିର୍ମିତ ସର୍ବପୁରାତନ ଚନ୍ଦ୍ରଗିରି ରାଜସ୍ବ ଡାକବଙ୍ଗଳାର ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି ହୋଇଛି।
ସମ୍ବନ୍ଧିତ ଖବର