ମଂଜରୀଦେବୀ ନର୍ସିଂ କଲେଜ କୋଭିଡ଼ କେୟାର ସେଣ୍ଟର ହେବ

ବାଲିଅନ୍ତା :ପୂରଣପଧାନ ପଞ୍ଚାୟତ ସ୍ଥିତ ମଂଜରୀଦେବୀ ନର୍ସିଂ କଲେଜକୁ କୋଭିଡ଼ କେୟାରସେଣ୍ଟର କରାଯିବା ପାଇଁ ସ୍ଥିର ହୋଇଛି । ସାରା ରାଜ୍ୟରେ ସଂକ୍ରମିତଙ୍କ ବୃଦ୍ଧି ହାରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କୋଭିଡ଼ କେୟାର ସେଣ୍ଟର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି । ନୀଳାଚଳ ହସ୍ପିଟାଲ ପରେ ମଂଜରୀ ଦେବୀ ନର୍ସିଂ କଲେଜ ତଥା ହୋମିଓ ପ୍ୟାଥିକ ହସ୍ପିଟାଲରେ  କରୋନା ରୋଗୀଙ୍କ ପାଇଁ ଏଭଳି ଚିକିତ୍ସା  ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଏନେଇ ଆଜି ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ସମେତ ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଏବଂ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ ପ୍ରମୁଖ କଲେଜରେ ପହଞ୍ଚି ଏହାର ଭିତ୍ତିଭୂମି ସ୍ଥିତି ଅନୁଧ୍ୟାନ କରିଥିଲେ । ମିଳିଥିବା ସୂଚନା ମୁତାବକ ଲକ୍ଷଣ ପ୍ରକାଶ ପାଉନଥିବା ସନ୍ଦିଗ୍ଧଙ୍କ ପାଇଁ ଏଠାରେ ୪୦୦ ବେଡ଼ ବ୍ୟବସ୍ଥା କରାଯିବ । ଉକ୍ତ ରୋଗୀଙ୍କୁ ଅକ୍ସିଜେନ ସୁବିଧା ଉପଲବ୍ଧ ହେବ । ଭେଣ୍ଟଲେଟର ଚିକିତ୍ସା ଆବଶ୍ୟକ କରୁନଥିବା ରୋଗୀମାନଙ୍କୁ ଏଠାରେ ଚିକିତ୍ସା କରାଯିବ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ କଲେଜର ପ୍ରତିଷ୍ଠାତା ଶରତ ଚନ୍ଦ୍ର ବିଶ୍ବାଳଙ୍କ ସହ ଅଧିକାରୀ ଆଲୋଚନା କରିଥିଲେ । ଏହାପରେ ତହସିଲ ସଭା କକ୍ଷରେ କରୋନା ନିୟନ୍ତ୍ରଣ ନେଇ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କରୋନା ଗାଇଡ଼ଲାଇନ ମତେ ସମସ୍ତ ପ୍ରକାର ଜନ ସତର୍କତାମୂଳକ କାର୍ଯ୍ୟକ୍ରମକୁ ଜୋରଦାର କରାଯିବାକୁ ତହସିଲଦାର ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର